ଖମାର ଗସ୍ତରେ ୫ଟି ଅଧକ୍ଷ ଭି.କେ ପାଣ୍ଡିଆନ

ପାଲଲହଡା / ପିତାମ୍ବର ନାୟକ: ଆଜି ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ ଖମାର ରେ ଭି.କେ. ପଣ୍ଡିଆନ ଙ୍କ ଉପସ୍ଥିତି ରେ ଆଜି ଖମାର ଉତ୍କଳ ମଣି ଗୋପବନ୍ଧୁ ମହାବିଦ୍ୟାଳୟ ଖେଳ ପଡିଆ ଲୋକରଣ୍ୟ ହୋଇ ପଡ଼ିଥିଲା । ଅପରାହ୍ନ ୧ ଟା ସମୟରେ ହେଲିକାପଟର ସହାୟତା ରେ ପହଞ୍ଚି ପ୍ରଥମେ ଖମାର ସ୍ଥିତ ପ୍ରଭୁ ଜଗନ୍ନାଥ ମନ୍ଦିର ଦର୍ଶନ ସାରି ଖମାର ଉତ୍କଳ ମଣି ଗୋପବନ୍ଧୁ ମହାବିଦ୍ୟାଳୟ ରେ ନୂତ୍ତନ ନିର୍ମିତ ହୋଉଥିବା ସୌଖିକ ଭବନ ର ଶୁଭ ଉଦଘାଟନ କରିବା କରିଥିଲେ । ପରେ ଆୟୋଜିତ ହୋଇଥିବା ସଭାସ୍ଥଳ ରେ ପହଞ୍ଚି ଛାତ୍ର ଛାତ୍ରୀ ଓ କର୍ମୀ ମାନଙ୍କୁ ୨୬ ବର୍ଷ ବିଜେଡି ସରକାର ଙ୍କ ଉନ୍ନତି ମୂଳକ କାର୍ଯ୍ୟ ଲୋକାର୍ପଣ କରିଥିଲେ। ଅନ୍ୟ ପକ୍ଷ ରେ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ନିଜ ଅଞ୍ଚରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ କରିନଥିବା ବେଳେ, ସେହି କାର୍ଯ୍ୟ କୁ ସୁଚାରୁ ରୂପେ ପ୍ରତି ପାଳନ କରିବା ପାଇଁ ନବୀନ ଓଡିଶା ଅଧକ୍ଷ ସିଧା ସଳଖ ଆକ୍ଷେପ କରି ପ୍ରଶ୍ନ କରିଥିଲେ। ପାଲଲହଡା ଅଂଚଳ ରେ ସିବିଡା ଠାରୁ ଖଡକା, କୁମ୍ଭାରମାଟି ପର୍ଯ୍ୟନ୍ତ ୪୨ କୋଟି, ଖମାର କଲେଜ ର ରୂପାନ୍ତୀକରଣ ପାଇଁ ୫ କୋଟି ଟଙ୍କା ଓ ବିଭିନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପାଲଲହଡା ବିଧାୟକ ମୁକେଶ କୁମାର ପାଳ ଙ୍କ ସହିତ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଯୋଗ ଦେଇଥିବା ବେଳେ ଙ୍କ ସହିତ କଣିହାଁ ବ୍ଲକ ଅଧକ୍ଷ ରାମକୃଷ୍ଣ ପ୍ରଧାନ, ପାଲଲହଡା ବ୍ଲକ ଅଧକ୍ଷାରୀନାରାଣୀ ନାଏକ, ଅନଗୁଳ ଜିଲ୍ଲା ପରିଷଦ ଅଧକ୍ଷା ଉପସ୍ଥିତ ଥଲେ।