ଶିଳ୍ପ ନଗରୀରେ ଶିଳ୍ପବିନ୍ଧାଣୀ

(ଜଗନ୍ନାଥ ଅଗ୍ରୱଲ) : ଆସିଛି ପାର୍ବଣର ରତୁ ଶରତ, ଆଉ ଧରାପୃଷ୍ଠକୁ ଅବତରଣ କରିଛନ୍ତି ପ୍ରଭୁ ବିଶ୍ୱକର୍ମା । ଶିଳ୍ପ ଓ କାରଖାନାର ମୁଖ୍ୟ ବିନ୍ଧାଣି ହେଉଛନ୍ତି ପ୍ରଭୁ ବିଶ୍ୱକର୍ମା । ସେଥିପାଇଁ ଶିଳ୍ପ ଓ କାରଖାନାରେ ବିଶ୍ୱକର୍ମାଙ୍କୁ ପୂଜା କରାଯାଏ । ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା ସହ ଶିଳ୍ପକଳାର ଜନକ ବୋଲି ମଧ୍ୟ କୁହାଯାଏ । ସେ ଲାଗି ଚତୁର୍ଭୁଜ ବିଶ୍ୱକର୍ମା ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ ମାର୍ତୁଲି, ଦକ୍ଷିଣ ଉପର ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଦେଖାଯାଏ ବ୍ରହ୍ମାଙ୍କ ଆଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ । ଦେବତା ମାନଙ୍କର ଶସ୍ତ୍ର, ବିମାନ ଆଦି ଏହାଙ୍କଦ୍ୱାରା ନିର୍ମିତ । ସ୍ୱର୍ଗର ଅମରାବତୀ ହିଁ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ ।

ନାଲକୋ ନଗରରେ ଆରମ୍ଭ ହୋଇଯାଇଛି ପ୍ରସିଦ୍ଧ ବିଶ୍ଵକର୍ମା ପୂଜା । ନାଲକୋ ନଗର ରେ ମୋଟ ସମୁଦାୟ ୨୩ଟି ପୂଜାମଣ୍ଡପରେ ଦେବ ଶିଳ୍ପୀ ବିଶ୍ଵକର୍ମା ବିରାଜମାନ ହୋଇଥିଲେ ।କଣ୍ଟ୍ରାକ୍ଟର ସଂଘ ପକ୍ଷରୁ ଏ ବର୍ଷ ମଣିପୁର ଅଞ୍ଚଳରେ କୃଷ୍ଣଙ୍କ ରାସଳିଳା ଉପରେ ଆଧାରିତ ତୋରଣ ଦର୍ଶକ ଦେଖିବାକୁପାଇଥିଲେ ଓ ଭିତର ସାଜ ସାଜା ରେ ବିଶ୍ୱକର୍ମାଙ୍କ ସ୍ୱର୍ଗରେ ବିରାଜମାନ କାରୁକର୍ଜ୍ୟ ଓ ଅଖାରେ ମୂର୍ତ୍ତି ନିର୍ମିତ ହୋଇଥିଲା।ସେହିପରି ପଟ ଲାଇନ ପକ୍ଷରୁ ନୌକା ଉପରେ ନିର୍ମିତ ଶିଵ ମନ୍ଦିର ଓ ଫୋମ ରେ ନିର୍ମିତ ମୂର୍ତି ଦର୍ଶକଙ୍କୁ ଖୁବ୍ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ସ୍ମଲ୍ଟେର ପ୍ଲାଣ୍ଟର କାଷ୍ଟ ହାଉସ ପକ୍ଷରୁ ହୁଗୁଳି ପତ୍ରରେ ନିର୍ମାଣ ତୋରଣ ଓ ଝୋଟରେ ନିର୍ମାଣ ହେବ ମୂର୍ତି, କାଷ୍ଟ ହାଉସ-ଏ ପକ୍ଷରୁ ପ୍ଲାଷ୍ଟିକରେ ନିର୍ମାଣ ରାଜମହଲ ସଦୃଶ ତୋରଣ ଓ ରୋଡିଙ୍ଗ ସପ-୦୧ ପକ୍ଷରୁ ନିର୍ମିତ ରାଜମହଲ ଭିତରେ ବିଶ୍ୱକର୍ମାଙ୍କ ବୈଠକର ଭିତର ସାଜସଜ୍ଜା, ସିପିପି ମେକାନିକାଲ ବିଭାଗ ପକ୍ଷରୁ ଉଚକୋଟିର ତୋରଣ ଓ ଦେବତା ଓ ଆସୁରଙ୍କ ମଧ୍ୟରେ ଵିଷ୍ଣୁଙ୍କ ମୋହିନୀ ରୂପ ଧାରଣ କରି ଆମ୍ବୁତ ବଣ୍ଟନ କରୁଥିବା ଦୃଶ୍ୟମାନ ଲୋକମାନେ ଭରପୁର ଉପଭୋଗ କରୁଛନ୍ତି।