ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଓଡିଶା ସରକାରଙ୍କ ମୋ ସ୍କୁଲ ଅଭିଯାନକୁ ପାଥେୟ କରି ହିଞ୍ଜିଳିକାଟୁ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ପୂର୍ବତନ ଛାତ୍ର ମାନଙ୍କ ଏକ ବୈଠକ ଭିଡ଼ିଓ କନ୍ଫରେନ୍ସ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନି ପରିଚାଳନା କରିଥିଲେ। ଓଡିଶା ମାଇନ୍ସ ବିଭାଗର ଉଚ୍ଚ ପଦବୀରେ କାର୍ଯ୍ୟରତ ବରୁଣ କୁମାର ପାଢ଼ୀ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ରୂପେ ଗ୍ରହଣ କରିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ହରିହର ସାହୁ , ବ୍ଲକ ଅଧ୍ୟକ୍ଷ ଏନ ରଘୁନାଥ ଆଧ୍ୟାତ୍ମିକ ଉପରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏକ କ୍ଲାସ କରିବା ନିମନ୍ତେ ମତ ରଖିଥିଲେ।
ପୂର୍ବତନ ଛାତ୍ର ବରିଷ୍ଠ ଆଇନଜୀବି ନିର୍ମଳ ସାହୁ, ଦ୍ବିତିକୃଷ୍ଣ ସାବତ ନୃସିଂହ, ପ୍ରସାଦ ପଟ୍ଟନାୟକ, ସମାଜ ସେବୀ ପବିତ୍ର ମୋହନ ପାଣିଗ୍ରାହୀ ଦେବାନନ୍ଦ, ମହାପାତ୍ର ନୀଳମଣି ପଟ୍ଟନାୟକ, ଭାସ୍କର ସାହୁ, ଗିରିଜା ଶଙ୍କର ପଣ୍ଡା, ବିନାୟକ ପଟ୍ଟନାୟକ, ଦୁର୍ଗା ବେହେରା, ହୃଶିକେଶ ମିଶ୍ର, ରମେଶ ପାଢ଼ୀ, ଶାନ୍ତନୁ ବେହେରା ସମେତ ଶହେରୁ ଉର୍ଦ୍ଧ୍ଵ ପୂର୍ବତନ ଛାତ୍ର ଭାଗ ନେଇଥିଲେ। ଆସିକା ଲୋକସଭା ସଦସ୍ୟା ପ୍ରମିଳା ବିଶୋୟୀ କିଛି ସମୟ ଯୋଗଦେଇ ବିଦ୍ୟାଳୟକୁ ସହଯୋଗର ହାତ ବଢାଇଥିଲେ । ଶେଷରେ ପବିତ୍ର ମୋହନ ପାଣିଗ୍ରାହୀ ସମସ୍ତଙ୍କୁ କମ ସମୟରେ ଏତେ ସଂଖ୍ୟାରେ ଯୋଗାଦେଇଥିବା ଯୋଗୁଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।