‘୮୩’ଦେଖି ଖୁସି ହୋଇଗଲେ ବିରାଟ

ନୂଆଦିଲ୍ଲୀ: ରିଲିଜ ହୋଇଛି ୧୯୮୩ ବିଶ୍ୱକପ ଉପରେ ଆଧାରିତ ଫିଲ୍ମ ‘୮୩’ । ଏହି ଚଳଚ୍ଚିତ୍ରରେ ଅଧିନାୟକ କପିଲ ଦେବଙ୍କ ଭୂମିକାରେ ନଜର ଆସିଛନ୍ତି ରଣବୀର ସିଂହ । ବକ୍ସ ଅଫିସ ଧୂମ ମଚେଇଥିବା ଏହି ପିଲ୍ମକୁ ଅନେକ ଲୋକ ପ୍ରଶଂସା କରିଛନ୍ତି । ଏହି ତାଲିକାରେ ଯୋଡି ହୋଇଛି ଭାରତୀୟ ଟେଷ୍ଟ ଦଳର ବିରାଟ କୋହଲୀଙ୍କ ନାଁ । ଫିଲ୍ମ ଦେଖିବା ପରେ ସେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଫିଲ୍ମକୁ ନେଇ ଏବଂ ରଣବୀରଙ୍କ ଅଭିନୟକୁ ନେଇ ସେ ଟ୍ୱଟରରେ ନିଜ ପ୍ରତିକ୍ରିୟା ରଖିଛନ୍ତି ।

 

କୋହଲି କହିଛନ୍ତି ‘ଭାରତୀୟ କ୍ରିକେଟ୍ ଇତିହାସର ସବୁଠାରୁ ଅଭୁଲା ମୁହୂର୍ତ୍ତ ଏହାଠାରୁ ଭଲ ଭାବରେ ଉପସ୍ଥାପନ କରିହେବନି । ଏହା ଏକ ଚମତ୍କାର ଫିଲ୍ମ, ଯାହାକି ଆପଣଙ୍କୁ ୧୯୮୩ ବିଶ୍ୱକପ ଭାବପ୍ରବଣତାରେ ବୁଡ଼ାଇ ଦେବ । ଫିଲ୍ମଟିର କାହଣୀ ଅତ୍ୟନ୍ତ ହୃଦୟସ୍ପର୍ଶୀ । ବିରାଟ ତାଙ୍କ ଟ୍ୱିଟରେ ରଣବୀରଙ୍କ ଅଭିନୟକୁ ଖୁବ ପ୍ରଶଂସା କରିଛନ୍ତି । ଏହାସହ ନିର୍ଦ୍ଦେଶକ କବୀର ଖାନଙ୍କୁ ମଧ୍ୟ ଜୋରଦାର ପ୍ରଶଂସା କରିଛନ୍ତି ।