ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲି ହେଲେ ଇନଷ୍ଟାଗ୍ରାମର କିଙ୍ଗ। ଇନଷ୍ଟାଗ୍ରାମରେ ୨୦ କୋଟି ଫଲୋଓ୍ବର୍ସ ହାସଲ କଲେ ବିରାଟ । ବିରାଟ ବିଶ୍ୱର ପ୍ରଥମ କ୍ରିକେଟର ଯିଏ କି ଇନଷ୍ଟାଗ୍ରାମରେ ୨୦ କୋଟି ଫଲୋଓ୍ବର୍ସ ହାତେଇଛନ୍ତି । ବିଭିନ୍ନ କାରଣ ପାଇଁ କୋହଲି ବିବାଦରେ ରହିଥିଲେ ବି ଏହାର ପ୍ରଭାବ ବିରାଟଙ୍କ ଫଲୋୱର୍ସଙ୍କ ଉପରେ ପଡ଼ିନାହିଁ। ଇନଷ୍ଟାଗ୍ରାମରେ କ୍ରିଷ୍ଟିଆନ ରୋନାଲଡୋ, ଲିଓନେଲ ମେସିଙ୍କ ପରେ କୋହଲି ତୃତୀୟ କ୍ରୀଡାବିତ୍ ଭାବେ ସର୍ବାଧିକ ଫଲୋୱର୍ସ ହାସଲ କରିଛନ୍ତି । ରୋନାଲ୍ଡୋଙ୍କୁ ଏବେ ୪୫ କୋଟି ଇନଷ୍ଟା ବ୍ୟବହାରକାରୀ ଫଲୋ କରୁଛନ୍ତି । ଲୋକପ୍ରିୟ ଫୁଟବଲ ଖେଳାଳି ମେସିଙ୍କୁ ୩୪ କୋଟି ଲୋକ ଫଲୋ କରୁଥିବା ବେଳେ ବ୍ରାଜିଲର ଫୁଟବଲ ଖେଳାଳି ନେମାର ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି । ନେମାରଙ୍କୁ ୧୭୫ ମିଲିୟନ ଲୋକ ଇନଷ୍ଟାଗ୍ରାମରେ ଫଲୋ କରୁଛନ୍ତି ।