ଭୁବନେଶ୍ୱର: ପୁଣି ତେଜିଲା ବିଜେବି କଲେଜରେ ଛାତ୍ର ହିଂସା । ମୁହାଁ ମୁହିଁ ହେଲେ ଦୁଇ ଗୋଷ୍ଠୀ । ନିଜ ଗୋଷ୍ଠୀରେ ସାମିଲ କରିବାକୁ ବିଜୁ ଛାତ୍ର ଜନତା ଦଳର ଛାତ୍ରନେତା ମାଡ ମାରିିଥିବା ଅଭୀଯୋଗ ହୋଇଛି । ମାମଲା ଏବେ ଥାନାରେ ପହଞ୍ଚିଥିବା କୁହାଯାଉଛି । ୩ଜଣ ଛାତ୍ରଙ୍କୁ କିଛି ବିଜୁ ଜନତା ଦଳର ଛାତ୍ର ଓ ଅଣଛାତ୍ର ମିଶି ଅଟକ ରଖିଥିବା ଥାନାରେ ଅଭିଯୋଗ ହୋଇଛି । ଜଣେ ଛାତ୍ର ସେଠାରୁ ଖସି ଆସି ଅନ୍ୟଜେଣେ ଛାତ୍ରକୁ ଉଦ୍ଧାର କରି ଏଚଓଡିଙ୍କ ରୁମରେ ରହିଥିଲେ । ପରେ ସେ ଥାନାକୁ ଯାଇ ଏକଥା ଜଣାଇବା ପରେ ପୋଲିସ ଭ୍ୟାନ ଆସି ଅନ୍ୟ ଛାତ୍ରମାନଙ୍କୁ ଉଦ୍ଦାର କରିଥିବା କୁହାଯାଉଛି । କୌଣସି ରଜନୈତିକ ଗୋଷ୍ଠିର ଛାତ୍ର ଏପରି ହିଂସା ବରମ୍ବାର କରୁଥି ଥାନାରେ ଅଭିଯୋଗ ହୋଇଛି ।