ହିଂଜିଳି( ରଜନୀ କାନ୍ତ ପାତ୍ର): ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ଦେଖାଦେଇଛି ଉତ୍ତେଜନା। ଉଛେଦ ବେଳେ ଟେକାପଥର ମାଡ଼ ସହ ଜଣଙ୍କ ଗୋଡ଼ରେ ଇଟା ପଡି ଗୁରୁତର ଆହତ ଅବସ୍ଥାରେ ବ୍ରହ୍ମପୁର MKCG ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ୪ରୁ୫ ଜଣ ଆହତ ହୋଇଥିବା ଜଣା ପଡିଛି।ଏହାସହ ପୋଲିସ ଲାଠିଚାର୍ଜ କରିଥିବା କିଛିଲୋକ ଅଭିଯୋଗ କରିଛନ୍ତି।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ କରିଛି । ଆହତ ହୋଇଥିବା ଲୋକଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ,ବ୍ରହ୍ମପୁର କମିସିନର ଦେଖା କରିଛନ୍ତି। NGT ର ନିୟମ ଅନୁଯାୟୀ ଘର ଭାଂଗିବା ପାଇଁ ତିନିଥର ନୋଟିସ ହୋଇଛି।ଅନ୍ୟ ସ୍ଥାନରେ ଘର ଦିଆଯାଇଛି। କିନ୍ତୁ ବସ୍ତିବାସିନ୍ଦା ଯିବାକୁ ରାଜି ନ ହୋଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।ମାତ୍ର ପରବର୍ତ୍ତୀ ସମୟରେ କୋର୍ଟଙ୍କ ନିକଟରେ ଉତ୍ତର ରଖିଥିଲା BMC ।ପରେ ଉଚ୍ଛେଦ କାର୍ୟ୍ୟ ଆରମ୍ବ କରାଯାଇଥିଲା ବୋଲି କହିଛନ୍ତି ବ୍ରହ୍ମପୁର ଡେପୁଟି କମିସିନର। ଆଜି ସନ୍ଧ୍ୟା ହେବାରୁ ଉଚ୍ଛେଦ କାର୍ୟ୍ୟ ବନ୍ଦ ରଖାଯାଇଛି। ପରବର୍ତ୍ତୀ ସମୟରେ ପୁଣି ଉଚ୍ଛେଦ କାର୍ୟ୍ୟ ଆରମ୍ଭ ହେବା ନେଇ ମିଳିଛି ସୂଚନା ।