ଖୁଣ୍ଟରେ ବାନ୍ଧି ଚୋରକୁ ଛେଚିଲେ ଗ୍ରାମବାସୀ

ଅନୁଗୁଳ (ଜ୍ୟୋତିରଞ୍ଜନ ଧର): ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଚୋର ଉପରେ ଭାରୀ ପଡିଛନ୍ତି ଗ୍ରାମବାସୀ । ଦୋକାନରୁ ଚୋରି କରୁଥିବା ବେଳେ ସ୍ଥାନୀୟ ଲୋକ ୩ ଯୁବକକୁ କାବୁ କରି ନିର୍ଧୁମ ଛେଚିଛନ୍ତି । ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ଫୁଲଝରୀ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଚୋରୀ କରିବାକୁ ଆସି ଲୋକଙ୍କ ହାତରେ ଧରା ପଡିବା ପରେ ନିର୍ଧୁମ ଛେଚା ଖାଇଲେ ତିନି ଯୁବକ । ନିକଟସ୍ଥ ଛକରେ ଥିବା ଯୁଗଳ ସାହୁଙ୍କ ହୋଟେଲ ଓ ନଗେନ ପ୍ରଧାନଙ୍କ ପାନ ମସଲା ଦୋକାନରୁ କଣିହାଁ ଥାନା ଭାଲୁଗାଡିଆ ଅଞ୍ଚଳର ୩ ଜଣ ଯୁବକ ଚୋରି କରୁଥିବା ସମୟରେ ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡି ଯାଇଥିଲେ । ଲୋକମାନେ ୩ ଜଣଙ୍କୁ ଗୋଟିଏ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଧୁମ ମାଡ ମାରିଥିବା ଦେଖିବାକୁ ମିଳିଛି । ଖାନ ତଲାସି କରିବାରୁ ସେମାନଙ୍କ ପାଖରୁ ଗୋଟିଏ ଭୁଜାଲି ଏବଂ ଗୋଟିଏ ମଟରସାଇକେଲକୁ ଜବତ ରଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଟକ ୩ ଜଣ ଚୋରକୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ବଜାରି ରଖିଛି ।