ବାରିପଦା : ପଞ୍ଚାୟତ ତାର୍ଯ୍ୟାଳୟରୁ ଚାଉଳ ଚୋରି ଅଭିଯୋଗ । ଜିଆରଏସଙ୍କୁ ଅଟକପ ରଖ ପୋଲିସରେ ଜମା ଦେଇଛନ୍ତି ଗ୍ରାମବାସୀ । ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଳକ ବାଉଁଶବିଲା ପଞ୍ଚାତୟରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ଜିଆରଏସ ଯଶୋବନ୍ତ ବାରିକ ପଞ୍ଚାୟତ କାର୍ଯ୍ୟାଳୟରୁ ୬୦ କିଲୋ ଚାଉଳ ନେଇ ଯାଉଥିବା ବେଳେ ଗ୍ରାମବାସୀ ତାଙ୍କୁ ଅଟକ ରଖିଥିଲେ। ଚାଉଳ ନେଉଥିବା ନେଇ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିଲେ ଯଶୋବନ୍ତ। ତାଙ୍କ ନାଁରେ ମଧ୍ଯ ପୂର୍ବରୁ ମଧ୍ୟ ଚାଉଳ ଚୋରି କରି ବିକ୍ରୀ କରିବା ଅଭିଯୋଗ ଥିବା କହିଛନ୍ତି ଗ୍ରାମବସୀ।
ଉତ୍ତେଜନା ଦେଖାଯିବା ପରେ ଘଟଣା ସ୍ଥଳରେ ଶାମାଖୁଣ୍ଟା ବ୍ଳକ ଉପାଧ୍ୟକ୍ଷ ଓ ବାରିପଦା ସଦର ଥାନା ପୋଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ବାରିପଦା ସଦର ଥାନା ପୋଲିସ ଯଶୋବନ୍ତଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି। ତେବେ ଜଣେ ଦିବ୍ୟାଙ୍ଗଙ୍କ ପାଇଁ ସେ ଚାଉଳ ନେଉଥିବା ସଫେଇରେ ଦେଇଛନ୍ତି ଜିଆରଏସ।