କନ୍ଧମାଳ /ପ୍ରତିନିଧି ମୃତ୍ୟୁଞ୍ଜୟ ଦିଗାଲ : ସରକାର କେନ୍ଦ୍ର ଓ ରାଜ୍ୟରେ ଶିକ୍ଷାର ବିକାଶ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏବେବି ବଞ୍ଚିତ କେତେକ କୋମଳ ମତି ଶିଶୁ । ସରକାରଙ୍କ ଦ୍ବାରା ବିଦ୍ୟାଳୟ ଓ ଅଙ୍ଗନବାଡ଼ି ଛାତ୍ରଛାତ୍ରୀ ତଥା ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ପାଚେରୀ, ରୋଷେଇ ଗୃହ ବିଦ୍ୟୁତ୍, ଓ ପାନୀୟ ଜଳ ବ୍ୟବସ୍ଥା କରିଥିବା ବେଳେ ତାହା କେଉଁଠି କାର୍ଯ୍ୟକାରୀ ହେଉଛି ତ ଆଉ କେଉଁଠି ଆଜି ପର୍ଯ୍ୟନ୍ତ ସୁବିଧା ପହଞ୍ଚି ପାରିନାହିଁ ।

ଏମିତି ଅବ୍ୟବସ୍ଥାରେ ଚାଲୁଥିବା ପିଣ୍ଡାଙ୍ଗୀ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ୍ ପାହି ରାଜୁ ପଞ୍ଚାୟତ ଅନ୍ତର୍ଗତ ପିଣ୍ଡାଙ୍ଗି ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ। ପିଣ୍ଡାଙ୍ଗୀ ଗ୍ରାମ ରେ ସର୍ବ ମୋଟ ୯୦ ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି। ଏହି ପିଣ୍ଡାଙ୍ଗୀ ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ ଜଣ କୋମଳ ମତି ଶିଶୁ ଓ ବିଦ୍ୟାଳୟରେ ୨୫ ଜଣ ଛାତ୍ରଛାତ୍ରୀ ମାନେ ପାଠ ପଢ଼ୁଛନ୍ତି। ପ୍ରଶାସନ ଅବହେଳା ଯୋଗୁଁ ଆଜି ପର୍ଯ୍ୟନ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଜାତୀୟ ପିଠ, ପାଚେରୀ, ରୋଷେଇ ଗୃହ, ବିଦ୍ୟୁତ୍, ଓ ପାନୀୟ ଜଳ ନଥିବାବେଳେ ସେପଟେ ଦେଖିବାକୁ ମିଲିଛି ଯେ ଅଙ୍ଗନବାଡ଼ି କେନ୍ଦ୍ର ଘର କାନ୍ତ ଭାଙ୍ଗିବା ଇଟା ବାହାରି ପଡୁଛି।

ଓଡ଼ିଶା ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଅଙ୍ଗନବାଡ଼ି କେନ୍ଦ୍ରରକୁ ପୁନରୁଦ୍ଧାର କଲେ ଛାତ୍ରଛାତ୍ରୀ ମାନେବିପଦ ମୁକ୍ତ ହେବେ। ବହୁଥର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ କରିଥିଲେ ସତ୍ତ୍ଵେ କୈାଣସି ସୁଫଳ ମିଳିନାହିଁ ବୋଲି ଗ୍ରାମବାସୀ କହିଛନ୍ତି । ପିଣ୍ଡାଙ୍ଗୀ ଅଙ୍ଗନବାଡ଼ି କେନ୍ଦ୍ରକୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଆକର୍ଷଣ ଦେଇ ଯଥାଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ପିଣ୍ଡାଙ୍ଗୀ ୪ସାହିର ଗ୍ରାମର ଲୋକମାନେ ଅଭିଯୋଗ ଆଣିଛନ୍ତି।

ଅଭିଯୋଗ କାରି ହେଲେ ଶ୍ରୀଧର ସାହୁ, ରାଙ୍ଗା କହଁର, ଦିଶୁ କହଁର , ପ୍ରଦିପ ଦିଗାଲ, ନାରାୟଣ ସାହୁ, ଲିଲିମା କହଁର, ପିଉକ କହଁର, ସୁମିତ୍ରା କହଁର, ରାଘବ ନାଗ, ବାବୁଲା ରଣା, ଗାଣ୍ଡୁ ଦିଗାଲ, ଅଚ୍ୟୁତ ନାଗ, ଖଗେଶ୍ବର ରଣା ସମେତ ଗ୍ରାମ ବାସି ଦାବି କରିଛନ୍ତି। ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ଏହି ସମସ୍ୟା ର ସମାଧାନ କରିପାରିବେ ।