ହିଞ୍ଜିଳିକାଟୁ /ରଜନୀକାନ୍ତ ପାତ୍ର : ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରେ ମୃତଦେହ ରଖି ଟାୟାର ଜାଳି ଗ୍ରାମବାସୀଙ୍କ ରାସ୍ତା ଅବରୋଧ I ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଚୈତନପଡା ନିକଟସ୍ଥ ପେଟ୍ରୋଲ ପମ୍ପ ନିକଟରେ ଚୈତନପଡା ଗ୍ରାମବାସୀ ମୃତକଙ୍କ ମୃତଦେହ ରଖି ୫୯ ନମ୍ବର ଜାତୀୟ ରାଜପଥ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି I ସୂଚନା ଅନୁସାରେ ଗତକାଲି ରାତ୍ରି ପ୍ରାୟ ସାଢେ ୧୦ ଘଣ୍ଟା ସମୟରେ ସଦର ଥାନା କୁକୁଡାଖଣ୍ଡି ନିକଟରେ ଏକ ଯାତ୍ରୀବାହୀ ଅଟୋ ସହିତ କାରର ମୁଆହାଁମୁହିଁ ଧକ୍କା ହୋଇଥିଲା I ଅଟୋରେ ଯାତ୍ରୀ ଭାବରେ ଚୈତନପଡା ଗ୍ରାମର ପବନ ଦାସ ନିଜ କାମ ସାରି ବ୍ରହ୍ମପୁରରୁ ଫେରୁଥିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ I କିନ୍ତୁ ଦୁର୍ଘଟଣା ଘଟାଇଥିବା କାରଟିକୁ ଅଟକ ରଖିଥିବା ପୋଲିସ ରାତିରେ ଛାଡିଦେଇଥିବା ଅଭିଯୋଗ ନେଇ ରାସ୍ତାରୋକ କରିଥିବା ବେଳେ ତୁରନ୍ତ କ୍ଷତିପୂରଣ ଦାବିକରି ୫୯ ନମ୍ବର ଜାତୀୟରାଜପଥ ଅବରୋଧ କରିଛନ୍ତି I ଘଟଣା ସ୍ଥଳରେ ହିଞ୍ଜିଳି ପୋଲିସ ସହିତ ଆସିକା ଏସ୍ଡ଼ିପିଓ ଉମାଶଙ୍କର ସିଂଘ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି I ସେପଟେ ଘଟଣା ସ୍ଥଳରେ ଏସ୍ପି ଏବଂ ଜିଲ୍ଲାପାଳ ନ ପହଞ୍ଚିବା ପର୍ଯ୍ୟନ୍ତ ରାସ୍ତାରୋକ ହଟିବନି ବୋଲି ପ୍ରତିକ୍ରିୟା ରଖିଛନ୍ତି I