ନୀଳଗିରି: ରାଜ୍ୟରେ କମୁନି ହାତୀ ଉତ୍ପାତ । ବିଭିନ୍ନ ସ୍ଥାନରେ ହାତୀଙ୍କ ଉପଦ୍ରବକୁ ନେଇ ଚିନ୍ତାରେ ପଡିଛନ୍ତି ଅଞ୍ଚଳବାସୀ । ବିଶେଷ କରି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ହାତୀଙ୍କ ଉତ୍ପାତ ଦେଖିବାକୁ ମିଳୁଛି । ସେହିଭଳି ଆଜି ମଧ୍ୟ ନୀଳଗିରି ଉପଖଣ୍ଡ ଓøପଦା ବ୍ଲକ ମାନଗଡ ଗାଁରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ସେପଟେ ହାତୀ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛି ବନବିଭାଗ ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କିଛି ହାତୀ ଗାଁକୁ ପଶି ଆସିଥିଲେ । ଯାହାକୁ ନେଇ ଗାଁରେ ଭୟର ବାତାବରଣ ଖେଳିଯାଇଛି । ମାନଗଡ଼ ଗାଁର ଶ୍ରୀକାନ୍ତ ଦନାକଙ୍କ ପରିବାର ଲୋକେ ଘରେ ଶୋଇଥିବା ସମୟରେ ହାତୀ ଆସି ଘର ଭାଙ୍ଗିଛନ୍ତି । ଭୟରେ ପରିବାର ଲୋକେ ବାହାରକୁ ଦୌଡ଼ି ପଳାଇଥିଲେ।ହାତୀଟି ଧାନ ଖାଇଥିବା ବେଳେ ଘର କାନ୍ଥ ପଡି ଆସବାବପତ୍ର ଭାଙ୍ଗିଥିବା ଜଣାପଡ଼ିଛି। ଏ ନେଇ ଖବର ପାଇବା ପରେ ବନ ବିଭାଗ ଘଟଣଶ ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।