ମାଲକାନାଗିରି(ସୂର୍ଯ୍ୟକାନ୍ତ ବେହେରା): ମାଲକାନଗିରି ସଦର ମହକୁମାରେ ଗାଁ କଲ୍ୟାଣ ସମିତିର ଗଠନ ଓ ପରିଚାଳନା ନେଇ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଇଟିସି ମିଶନ ସୁନେହରାକଲରେ ମମତା ଓଡିଶା କାଲିମେଳା ଶାଖା ପକ୍ଷରୁ ଗାଁ କଲ୍ୟାଣ ସମିତି ସଦସ୍ୟଙ୍କୁ ନେଇ ଗାଁ କଲ୍ୟାଣ ସମିତିର ଗଠନ ଓ ପରିଚାଳନା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।
ଗ୍ରାମାଞ୍ଚଳରେ ସଚେତନତା ଅଭାବରୁ ଅନେକାଂଶରେ ଗାଁ କଲ୍ୟାଣ ସମିତିର ଭୂମିକା ସମ୍ପର୍କରେ ସ୍ଥାନୀୟ ଲୋକ ଅବଗତ ହୋଇପାରୁନଥିବା କୁହାଯାଇଛି । ଗାଁ କଲ୍ୟାଣ ସମିତିକୁ ପ୍ରତିବର୍ଷ ମିଳୁଥିବା ପାଣ୍ଠିକୁ କେଉଁ କେଉଁ କ୍ଷେତ୍ରରେ ଓ କେତେ ପରିମାଣରେ ଖର୍ଚ୍ଚ କରାଯାଏ ସେ ବାବଦରେ ମଧ୍ୟ ଏହି ତାଲିମ ଶିବିରରେ କୁହାଯାଇଥିଲା । ଆଇଟିସି ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମମତା ଓଡିଶା କାଲିମେଳା ଶାଖାର ଝିଲି ସିଲ ଓ ଗୋବିନ୍ଦ ସର୍ଦ୍ଦାର ତାଲିମ ପ୍ରଦାନ କରିଥିଲେ । ସେହିପରି କାଲିମେଳା ଅଞ୍ଚଳରେ ଆୟୋଯିତ ଗାଁ କଲ୍ୟାଣ ସମିତି ତାଲିମ ଶିବିରକୁ ରାଜେଶ କୁମାର ଓଝା, ପୂଜା ଚତ୍ରବର୍ତ୍ତୀ ଓ ନୟାମୀ ଖରା ପ୍ରମୁଖ ପରିଚାଳନା କରିଥିଲେ ।