କୁଡୁମୁଲୁଗୁମ୍ମାରେ ଗ୍ରାମ୍ୟ ସ୍ତରୀୟ କ୍ଲିନ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନିଗିର/ ସୂର୍ଯ୍ୟକାନ୍ତ ବେହେରା : କୁଡୁମୁଲୁଗୁମ୍ମା ରେ ଗ୍ରାମ୍ୟ ସ୍ତରୀୟ କ୍ଲିନ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ । କୁଡୁମୁଲୁଗୁମ୍ମା ସ୍ଥିତ ଡାରଉଇନ ଡିଗ୍ରୀ ମହାବିଦ୍ୟାଳୟ ଓ ନେହେରୁ ଯୁବ କେନ୍ଦ୍ର ମିଳିତ ପ୍ରୟାସରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର ଜିଲ୍ଲା ଯୁବ ଅଧିକାରୀ ହରିଶ୍ ରୁପାଲ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ । ଏନଏସଏସ ଜିଲ୍ଲା ଅଧିକାରୀ ଶ୍ରୀମତୀ ନମୀତା ଦଣ୍ଡସେନା, ଏନଏସଏସ ପ୍ରୋଗ୍ରାମ ଅଧିକାରୀ ପ୍ରମେୟ କୁମାର ମହାନ୍ତି, ଯୁକ୍ତ ତିନି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଶୋକ ପ୍ରଧାନ, ମହାବିଦ୍ୟାଳୟର ପ୍ରୋଗ୍ରାମ ଅଧିକାରୀ ସଞିତା ଖୋସଲା ଙ୍କ ସହ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପ୍ଲାଷ୍ଟିକ ଓ ପଲିଥିନ ବର୍ଜନ କରିବା । ସମ୍ମାନୀୟ ଅତିଥି ଶ୍ରୀ ରୂପାଲି ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ପଲିଥିନ ଓ ପ୍ଲାଷ୍ଟିକ ବର୍ଜ୍ୟ ବସ୍ତୁ କିପରି ପରିବେଶ ପାଇଁ କ୍ଷତିକାରକ ସେ ବିଷୟରେ ଆଲୋକପାତ କରିଥିଲେ । ପୁର୍ବରୁ ବହୁ ଜାଗାରେ ଏହି ଭଳି ଜନ ହିତକର ସଫେଇ କାର୍ୟ୍ୟ କରି ପ୍ରଶଂସା ସାଉଁଟି ଥିବା ବେଳେ ଆଜିର ଏହି କାର୍ଯ୍ୟକ୍ରମ ରେ ସାଧାରଣ ଲୋକ ମାନେ ମଧ୍ୟ ଉପସ୍ଥିତି ରହି ସଫେଇ କାର୍ଯ୍ୟ କରିଥିଲେ ଯାହାକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।