ଲକ୍ଷ୍ମୀପୁର ଆଦିବାସୀ ଗାଁ କଲ୍ୟାଣ ସମିତି ତରଫରୁ ଗ୍ରାମ ସଫେଇ କାର୍ଯ୍ୟକ୍ରମ

କୋରାପୁଟ / ସଞ୍ଜୟ କୁମାର ପାଣି: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସଦର ମହକୁମା ଠାରେ ଥିବା ଆଦିବାସୀ ଗାଁ କଲ୍ୟାଣ ସମିତି ତରଫରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହା ସହ ଡେଙ୍ଗୁ ନିରାକରଣ ନିମନ୍ତେ ସଚେତନତା ମଧ୍ୟ କରାଯାଇଛି । ଲକ୍ଷ୍ମୀପୁର ନିଜ ଆଦିବାସୀ ସାହି ଏବଂ ମାଁ ମୃତ୍ୟାଲୁମାଁ ମନ୍ଦିର ରାସ୍ତା ଏବଂ ଡ୍ରେନ୍ ଗୁଡ଼ିକ ସଫାଇ କରି ଡ଼୍ରେନ୍ ଗୁଡ଼ିକରେ ବ୍ଲିଞ୍ଚିଙ୍ଗ୍ ସିଞ୍ଚନ କରି ସାହିର ଲୋକଙ୍କୁ ମଶାରୁ ରକ୍ଷା ପାଇବା ପାଇଁ ହୋଇବା ସମୟରେ ମଶାରୀ ବ୍ୟବହାର କରନ୍ତୁ ଘର ପାଖରେ ବେସି ଦିନ ଧରି ପାଣି ଜମିଥିଲେ ତାକୁ ତୁରନ୍ତ ନିସ୍କାସନ କରିବା ପାଇଁ ବନ୍ଦ ବସ୍ତ କରନ୍ତୁ। ଏହି କାର୍ଯ୍ୟକ୍ରମରେ ଏକ ନମ୍ବର ଅଙ୍ଗନବାଡ଼ି କର୍ମୀ ସୁନୀତା ମାଣ୍ଡିଙ୍ଗା, ନାଏବ ସରପଞ୍ଚ ଲକ୍ଷ୍ମୀପୁର ପ୍ରଭାସିନୀ ମାଣ୍ଡିଙ୍ଗା, ଆଶା କର୍ମୀ ସୁଆଦେଇ ମାଣ୍ଡିଙ୍ଗାଙ୍କ ନେତୃତ୍ବରେ ଆଦିବାସୀ ସାହିର କିଛି ଭଦ୍ର ବୁଦ୍ଧିଜୀବୀ ପୀତାମ୍ବର ମାଣ୍ଡିଙ୍ଗା, ଯୁଧିଷ୍ଟିର ମିଣ୍ୟାକା, ମୁନ୍ନା ମାଣ୍ଡିଙ୍ଗା, ନିର ମାଣ୍ଡିଙ୍ଗା ଓ କ୍ରିଷ୍ଣା ସ୍ଵୟଂ ସ୍ଵାୟକ ଗୋଷ୍ଠୀର ମହିଳା ଯୋଗଦେଇଥିଲେ ।