ଭିଜିଲାନ୍ସ ପଞ୍ଝାରେ ଟାଟା ପାୱାର ଜେନେରାଲ ମ୍ୟାନେଜର

ସମ୍ବଲପୁର – ପୁଣି ଭିଜିଲାନ୍ସ ଜାଲରେ ଟାଟା ପାୱାର ଜେନେରାଲ ମ୍ୟାନେଜର । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଟାଟା ପାୱାର ପଶ୍ଚିମ ଓଡିଶା ଡିଭିଜନର ଜେନେରାଲ ମ୍ୟାନେଜର ସନ୍ତୋଷ ଦର୍ଜିଙ୍କ ଘରେ ରେଡ । ଏକକାଳୀନ ୩ ଟି ସ୍ଥାନରେ ଜାରି ରହିଛି ରେଡ । ଞଚଡଙଊଖର ଜେନେରାଲ ମ୍ୟାନେଜରଙ୍କ ସମ୍ବଲପୁର ପ୍ରଧାନପଡାସ୍ଥିତ ଘର, ବୁର୍ଲା ଅଫିସ କାର୍ୟ୍ୟାଳୟ ଏବଂ ବରଗଡ଼ ଅତାବିରାରେ ଥିବା ପୈତୃକ ଘରେ ଭିଜିଲାନ୍ସର ଚଢ଼ାଉ ଜାରି ରହିଛି । ଏ ପର୍ୟ୍ୟନ୍ତ ୬ ଲକ୍ଷ ୨୮ ହଜାର ଟଙ୍କା ଭିଜିଲାନ୍ସ ଜବତ କରିଥିବା ସୂଚନା ମିଳିଛି । ଚଢାଉରେ ଜଣେ ଡିଏସପି, ୬ ଇନ୍ସେପକ୍ଟର, ୨ଜଣ ଏଏସଆଇ ସାମିଲ ଅଛନ୍ତି । ଭିଜିଲାନ୍ସର ଏହି ଚଢ଼ାଉରେ ଜଣେ ଡିଏସପି, ୬ ଜଣ ଇନସ୍ପେକ୍ଟର, ଦୁଇ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି ।