ମାଲକାନଗିରି / ସୂର୍ୟ୍ୟକାନ୍ତ ବେହେରା : ନିଲମ୍ବିତ ଏଏସଆଇଙ୍କ ଘରେ ଭିଜିଲାନ୍ସ । କିଛିଦିନ ତଳେ ଗଞ୍ଜେଇ କାରବାରରେ ଗିରଫ ହୋଇଥିଲେ ମାଲକାନଗିରିର ପୂର୍ବତନ ଇଝଓ ଜୟଦାସ ଖରା । ମାଲକାନଗିରି, ଜୟପୁର ଓ କୋରାପୁଟର ୫ଟି ସ୍ଥାନରେ ଚାଲିଛି ଚଢ଼ାଉ । ମାଲକାନଗିରି, ଜୟପୁର ଓ ନବରଙ୍ଗପୁର ଡିଭିଜନ ର ମିଳିତରେ ଚାଲିଛି ଚଢ଼ାଉ। ମାଲକାନଗିରି ସ୍ଥିତ ଭଡ଼ା ଘର, କୋରାପୁଟ ଏଲଆଇସି କଲୋନୀରେ ଥିବା ସମ୍ପର୍କୀୟଙ୍କ ଘର, କୋରାପୁଟ ଏଲଆଇସି କଲୋନୀରେ ଥିବା ସମ୍ପର୍କୀୟଙ୍କ ୩ ମହଲା କୋଠାରେ ଚଢ଼ାଉ ଚାଲିଛି । କୋରାପୁଟ ସୁନାବେଡ଼ା ଏଏଫ୍ କଲୋନୀରେ ଥିବା କ୍ବାର୍ଟର, ମେଘରାଜ କନଷ୍ଟ୍ରକ୍ସନ ସାଇଟରେ ଥିବା ଡୁପ୍ଲେକ୍ସରେ ଚାଲିଛି ରେଡ୍ । ଏ ପର୍ୟ୍ୟନ୍ତ ଭିଜିଲାନ୍ସକୁ କିଛି ମିଳିନଥିବା ସୂଚନା ମିଳିଛି ।