(ପ୍ରଶାନ୍ତ କୁମାର ସ୍ୱାଇଁ): ଭାରାତୀୟ ତଟରକ୍ଷୀ ବାହିନୀରେ ସାମିଲ ହେଲା ନୁଆ ଯୁଦ୍ଧ ଜାହାଜ ଆଇସିଜି ବିଜୟ । ଆଜି ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ଏହି ଜାହାଜକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିରେ ଭାରତୀୟ ତଟରକ୍ଷୀ ବାହିନୀର ପାରାଦିପ ଡିଆଇଜି ରାଜେଶ ମକୱାନା ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଏହି ଅତ୍ୟାଧୁନିକ ଜାହାଜ ‘ବିଜୟ’କୁ ଲୋକାପର୍ଣ କରିବା ସହ ଓଡିଶା ଉପକୁଳ ସୁରକ୍ଷାରେ ସାମିଲ ହେବ ନେଇ ଘୋଷଣା କରିଥିଲେ । ଏହି ଅତ୍ୟାଧୁନିକ ଯୁଦ୍ଧ ଜାହାଜ ବିଜୟ ଚେନ୍ନାଇ ସ୍ଥିତ କିଟୁପଲ୍ଲି ଠାରେ ଥିବା ଏଲ ଅଣ୍ଡ ଟି ସିପ୍ ଆର୍ଡରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ଏହାର ଲମ୍ବ ୯୮ ମିଟର ଥିବାବେଳେ ଓଜନ ପ୍ରାୟ ୨୧୦୦ ମେଟ୍ରିକ ଟନ୍ ରହିଛି । ଏହାର ସ୍ପିଡ୍ ୨୬ ନଟ୍ସ ୫୦୦୦ ନଟିକାଲ ମାଇଲ୍ସ ଥିବାବେଳେ ଏଥିରେ ପ୍ରାୟ ୯୦୦୦ କିଲୋ ଲିଟର ଡିଜେଲ ବୋହି ନବାର କ୍ଷମତା ରହିଛି । ଏହାର କମ୍ବାଇଡିଂ ଦାଇତ୍ୱରେ କମାଣ୍ଡାଣ୍ଡ ଏଚ.ଜେ. ସିଂ ଥିବାବେଳେ ଏଥିରେ ୧୨ ଜଣ ଅଧିକାରୀ ଓ ୯୧ ଜଣ ଜବାନ ରହିଛନ୍ତି ।
ତେବେ ଏହି ଜାହାଜ କେବଳ ଉପକୁଳ ସୁରକ୍ଷା ପ୍ରତି ଦୃଷ୍ଟି ଦେବା ସହିତ ପ୍ରାକୃତିକ ବିପର୍ଯ୍ୟୟ ଯଥା ବାତ୍ୟା , ବନ୍ୟା ଓ ଘୁର୍ଣିଝଡ ପରି ବିପଦ ସମୟରେ ଲୋକମାନଙ୍କ ଉଦ୍ଧାର କରିବା ମତ୍ସ୍ୟଜିବୀମାନଙ୍କ ସୁରକ୍ଷା ,ଅନୁପ୍ରବେଶ ରୋକିବା ସହ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ ମଧ୍ୟରେ ନିୟୋଜିତ ହେବ ଏହି ଯୁଦ୍ଧ ଜାହାଜ । ତେବେ ପୁର୍ବରୁ ସୁଜୟ ନାମକ ଜାହାଜ ଟି ଭାରତୀୟ ତଟରକ୍ଷୀ ବାହିନୀରେ ଯୋଗଦେଇଥିବାବେଳେ ଆଜି ଆଇସିଜି ବିଜୟର ସାମିଲକୁନେଇ ବଡ ଆଡମ୍ବରେ ଭବ୍ୟ ସ୍ୱାଗତ କରାଯାଇଥିଲା ।ଆଇସିଜି ବିଜୟର ସାମିଲ ହେବାପାରେ ଓଡିଶା ଉପକୁଳରେ ସୁରକ୍ଷା ଦିଗରେ ଆହୁରି ମଜଭୁତ ହେବ ବୋଲି ଆଶା କରାଯାଇଛି ।
.