ସୋନପୁର ପ୍ରିମିଅର ଲିଗ ୩ ର ପଞ୍ଚମ ଦିବସ ମ୍ୟାଚରେ ବିଜୟ ଫାଇଟର ୭ ୱିକେଟରେ ବିଜୟୀ…

ସୋନପୁର (ଓମ ପ୍ରକାଶ ମିଶ୍ର) ସୋନପୁର ପ୍ରୀମିଅର୍ ଲିଗ୍ ୩ ୟ ସଂସ୍କରଣ ର ପଞ୍ଚମ ଦିବସର ମ୍ୟାଚରେ ଆଜି ସ୍ଥାନୀୟ ଗାନ୍ଧି ଷ୍ଟାଡିୟମ୍ ଠାରେ ବିଜୟ ଫାଇଟର ଓ ଟିମ ଡୋମିନେସନ୍ ତରଭା ମଧ୍ୟରେ ଅନୁଷ୍ଟିତ ହୋଇଛି। ଅତିଥି ଭାବରେ ଏସ ଡି ସି ଏ ସଭାପତି ରାମ ଶଙ୍କର ସାହୁ ଓ କଣ୍ଟ୍ରାକଟର ଦେବାଶିଷ ପୁରୋହିତ ଯୋଗ ଦେଇ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ । ଟସ୍ ଜିଣି ବିଜୟ ଫାଇଟର  ପ୍ରଥମେ ଫିଲଡିଂ ନିଷ୍ପତ୍ତି ନେଇ ଥିଲା । ୧୫ ଓଭର ବିଶିଷ୍ଟ ମ୍ୟାଚ୍ ରେ ଟିମ୍ ଡୋମିନେସନ୍ ଦଳ  ପ୍ରଥମେ  ବ୍ୟାଟିଂ କରି  ୭୯ ରନ କରି ସମସ୍ତ ୱିକେଟ ହରାଇଥିଲା । ଦଳ ପକ୍ଷରୁ ନବାବ ଖାଁ ୧୭ ରନ୍, ମହମ୍ମଦ ବିଲାଲ ୧୫ ରନ ଓ  ଶଙ୍କର ସେଠି ୧୩ ରନ୍ କରିଥିବା ବେଳେ ବିପକ୍ଷ ଦଳ ର ଶଙ୍କର ଘଡିଆ ୩ ୱିକେଟ୍ ଓ ସୁରେଶ ବେହେରା ୨ ଟି ୱିକେଟ ଶୁଭମ୍, ସିକନ୍ ଓ ଅମିରିସ ୧ ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି।  .ପ୍ରତି ଉତ୍ତର ରେ ବିଜୟ . ଫାଇ ଟର ଦଳ ୧୨.୪ ଓଭର ରେ ୩ ୱିକେଟ ବିନିମୟରେ ୮୨ ରନ କରି ଆଜିର  ମ୍ୟାଚ୍ ବିଜୟୀ ହୋଇଛି। ସିକନ ସେଠି ୪୮ ରନ, ଶଙ୍କର ଘଡିଆ ୧୫ ରନ ଓ ଅର୍ମନ ମଲ୍ଲିକ ୧୩ ରନ କରିଥିଲେ। ଟିମ୍ ଡୋମି ନେଶନ ର ରାକେଶ ସାହୂ ୨ ଟି ଓ ନବାବ ଖାଁ ୧ ଟି ୱିକେଟ୍ ହାସଲ କରି ଥିଲେ । ବିଜୟ ଫାଇଟର ଦଳ ର ଶିକନ୍ ସେଠିଙ୍କୁ ମ୍ୟାନ ଏଫ୍ ଦି ମ୍ୟାଚ୍ ଖେଳାଳି ଭାବେ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିବା  ବେଳେ   ଖେଳ ର ପ୍ରତ୍ୟକ୍ଷ ଧାରା ବିବରଣୀ  ବି.ଏସ.ରାଓ ପ୍ରଦାନ କରିଥିଲେ । ସୁବାସ ଭୋଇନା ଓ ସୁରେଶ ବିଶି ମ୍ୟାଚ୍ ପରିଚାଳନା କରିଥିଲେ । ଦିନେଶ ଘିବିଲା ଓ ବିଶ୍ଵନାଥ ନାୟକ ସ୍କୋରର ଭାବେ ଦାୟିତ୍ବ ତୁଲାଇ ଥିଲେ । ଜିଲ୍ଲା କ୍ରିକେଟ ସଂଘ  ସମ୍ପାଦକ ପ୍ରଦୀପ ସେଠୀ,  ଏସଡି ପି ଏଲ୍ ଅଧ୍ୟକ୍ଷ ବି ସତ୍ୟ ନାରାୟଣ ରାଓ, ସଂପାଦକ ନବ ପ୍ରକାଶ ମିଶ୍ର, ଏସ ଡି ସି ଏ କୋଚ୍ ରାଜେନ୍ଦ୍ର ମିଶ୍ର   ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।