(ଜୟନ୍ତ କୁମାର ସେଠୀ): ଭିଜିଲାନ୍ସ ଜାଲରେ ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଜିଓଲୋଜି ବିଭାଗ ଏଚ୍ଓଡ଼ି ମାନସ ରଂଜନ ସ୍ୱାଇଁ । ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ । କଲେଜ ଛାତ୍ର ସୌମ ସ୍ୱାଗତ ଫେଣଙ୍କ ଠାରୁ ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଏଚ୍ ଓଡ଼ି ମାନଓ ରଂଜନ । ସେମିଷ୍ଟାର ରେ ନମ୍ବର ବଢାଇ ଦେବା ଲାଗି ଲାଞ୍ଚ ନେଉଥିଲେ । ଭୁବନେଶ୍ୱର ଭିଜିଲାନ୍ସ ଡ଼ିଏସପି ଅକ୍ଷୟ କୁମାର ମିଶ୍ରଙ୍କ ନେତୃତ୍ୱରେ ଭିଜିଲାନ୍ସର ଟିମ୍ ନିମାପଡ଼ା ଗୋଲେଇ ଛଳରେ ଭିଜିଲାନ୍ସ ଦ୍ୱାରା ଗରିଫ କରି ଭୁବନେଶ୍ୱର ଅଣାଯାଇଛି ମାନସଙ୍କୁ ।