ଭୁବନେଶ୍ୱର : ଭୁବନେଶ୍ୱର : ରାଜ୍ୟରେ ଭିଜିଲାନ୍ସ ପକ୍ଷରୁ ବଡ଼ ଧରଣର ଚଢ଼ାଉ ଚାଲିଛି। ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଜମି ଦେବା ପ୍ରସଙ୍ଗରେ ଏହି ଚଢ଼ାଉ ଚାଲିଥିବା ସୂଚନା ମିଳିଛି। ଜମି ଦୁର୍ନୀତିରେ ଅନେକ ବରିଷ୍ଠ ଅଧିକରୀ ସାମିଲ ଥିବା ନେଇ ଅଭିଯୋଗ ହୋଇଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ରମେଶ ଚନ୍ଦ୍ର ପଣ୍ଡା, ଏକ୍ସ-ତହସିଲଦାର କୁଜଙ୍ଗ ତଥା ବର୍ତ୍ତମାନର ତହିଡି ତହସିଲଦାର, ମହେନ୍ଦ୍ର ପ୍ରସାଦ ମହାନ୍ତି ଅବସର ପ୍ରାପ୍ତ ଓଏଏସ ତଥା ଉପ ଜିଲ୍ଲାପାଳ ଜଗତସିଂହପୁର, ସନ୍ତୋଷ କୁମାର ମଲ୍ଲିକ ପୂର୍ବତନ ରେଭିନିୟୁ ଇନ୍ସପେକ୍ଟର ଝିମାଣି, ଆର.ଆଇ ସର୍କଲ, ନରେନ୍ଦ୍ର କୁମାର ଲେଙ୍କା ପୂର୍ବତନ ରେଭିନ୍ୟୁ ଇନ୍ସପେକ୍ଟର, ପାରାଦୀପ ଗଡ଼, ସୁବାସ ଚନ୍ଦ୍ର ଦାସ ପୂର୍ବତନ ରେଭିନିୟୁ, ଇନ୍ସପେକ୍ଟର, କୁଜଙ୍ଗ, ଜ୍ୟୋତି ଭୂଷଣ ବାରିକ ପୂର୍ବତନ ରାଜସ୍ବ ନିରୀକ୍ଷକ, ପାଣ୍ଡୁଆ ସର୍କଲଙ୍କ ନାମରେ ମାମଲା ରୁଜୁ ହୋଇଛି। ଭୁବନେଶ୍ୱର, କଟକ, ଭଦ୍ରକ ଓ ଜଗତସିଂହପୁରର ସମୁଦାୟ ୯ ଟିଜାଗାରେ ଏହି ଚଢ଼ାଉ ଜାରି ରହିଛି। କଟକ ଭିଜିଲାନ୍ସ ଶାଖା ତରଫରୁ ୯ଟି ଟିମ ଚଢାଉ ଜାରି ରଖିଛନ୍ତି । ଏହାର ନେତୃତ ନେଉଛନ୍ତି ଜଣେ ଏଡସିନାଲ ଏସପି । ଏହି ଟିମରେ ୧୧ ଜଣ ଡିଏସପି ଓ ୬ ଜଣ ଇନସପେକ୍ଟର ରହିଛନ୍ତି ।