ଭିଜିଲାନ୍ସ ଜାଲରେ ସହକାରୀ ଯୋଗାଣ ବିଭାଗ ଅଧିକାରୀ

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ

ନୂଆପଡ଼ା: ସହକାରୀ ଯୋଗାଣ ବିଭାଗ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆଜି ନୂଆପଡ଼ା ଜିଲ୍ଲାର ସହକାରୀ ଯୋଗାଣ ବିଭାଗ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରିଛି ଭିଜିଲାନ୍ସ। ତାଙ୍କର ନୂଆପଡା ଓ କଟକର ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି ।ଏହି ଚଢ଼ାଉରେ ୬ ଜଣ ଡିଏସପିଙ୍କ ସହ ୧୨ଜଣ ଇନିସ୍ପେକ୍ଟର ସାମିଲ ଅଛନ୍ତି। ଏହି ଚଢ଼ାଉ ସମୟରେ ରତ୍ନାକରଙ୍କର କଟକରେ ଦୁଇଟି ବହୁ ତଳ ବିଶିଷ୍ଟ ପ୍ରସାଦ ସହ ଏକ କଲ୍ୟାଣ ମଣ୍ଡପ ଠାବ କରାଯାଇଛି। ଏହା ବ୍ୟତୀତ ଚୌଦ୍ୱାରରେ ୩ ଏକରର ଏକ ଜମି ସହିତ ବହୁ ସୁନା ଗହଣା ଠାବ କରିଛି ଭିଜିଲାନ୍ସ ଟିମ୍ । ବଡ଼ କଥା ହେଉଛି କି ରତ୍ନାକର ଗତ କିଛି ଦିନ ତଳେ ଏକ କୋଟି ୧୩ ଲକ୍ଷ ଟଙ୍କାର ଇନ୍ସୁରାନ୍ସ ପ୍ରିମିୟମ ଦେଇଛନ୍ତି।