ଭିଜିଲାନ୍ସ ଜାଲରେ BEO ଅଫିସର କନିଷ୍ଠ କିରାଣି

କେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ BEO ଅଫିସ୍‌ର କନିଷ୍ଠ କିରାଣି । ମହାକାଳପଡ଼ା BEO ଅଫିସ୍‌ର କନିଷ୍ଠ କିରାଣି ନାରାୟଣ ଲେଙ୍କାଙ୍କୁ ଧରିଲା ଭିଜିଲାନ୍ସ । ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ଟିମ୍ । ଜଣେ ଶିକ୍ଷକଙ୍କଠାରୁ ବିଲ୍‌ କରାଇ ଦେବାକୁ ଲାଞ୍ଚ ନେଉଥିଲେ କନିଷ୍ଠ କିରାଣି । କନିଷ୍ଠ କିରାଣି ନାରାୟଣ ଲେଙ୍କାଙ୍କ ଅଫିସ୍‌ ସମେତ ୩ଟି ସ୍ଥାନରେ ରେଡ୍ । ମିଳିଥିବା ସୂଚନା ଅନୁସାରେ, ଜଣେ ପ୍ରଧାନ ଶିକ୍ଷକଙ୍କଠାରୁ ତାଙ୍କର ୬.୨୦ ଲକ୍ଷ ଟଙ୍କାର ଗୃହ ଋଣର ଶେଷ କିସ୍ତି ଏବଂ ତାଙ୍କର ବକେୟା ଦରମା ଏବଂ TA ବିଲ୍ ପ୍ରଦାନ କରିବା ପାଇଁ ଲାଞ୍ଚ ଦାବି କରିଥିଲେ କନିଷ୍ଠ କିରାଣି ନାରାୟଣ ଲେଙ୍କା । ଲାଞ୍ଚ ଟଙ୍କା ନ ଦେବାରୁ ତାଙ୍କ ବିଲ୍ କାର୍ଯ୍ୟ ପ୍ରକ୍ରିୟାକୁ ବିଳମ୍ବ କରିଥିଲେ ନାରାୟଣ। ଶେଷରେ ଏନେଇ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ ଉକ୍ତ ଶିକ୍ଷକ ଜଣଙ୍କ । ପୂର୍ବ ଯୋଜନା ମୁତାବକ ଗତକାଲି ମାର୍ଶାଘାଇର କେନାଲ ରୋଡରେ ଲାଞ୍ଚ ବାବଦକୁ ୧୫,୦୦୦ ଟଙ୍କା ଗ୍ରହଣ କରୁଥିବା ସମୟରେ କିରାଣିଙ୍କୁ ଧରିଥିଲା ଭିଜିଲାନ୍ସ। ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯିବା ସହ ତାଙ୍କ ଅଫିସ୍ ସମେତ ତିନୋଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ପିସି (ସଂଶୋଧନ) ଆଇନ, ୨୦୧୮ ଧାରା ୭ ଅନୁଯାୟୀ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି ।