କେନ୍ଦୁଝର: କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍ DFOଙ୍କ ଘରୁ ମିଳିଲା ଆଉ ୮.୫ ଲକ୍ଷ ଟଙ୍କା । DFO ନିତ୍ୟାନନ୍ଦ ନାୟକଙ୍କ ସରକାରୀ କ୍ୱାର୍ଟର୍ସରୁ ମିଳିଲା ନଗଦ ୮.୫ ଲକ୍ଷ । ଭିଜିଲାନ୍ସ ରେଡ୍ ବେଳେ ନଗଦ ସାଢ଼େ ୮ ଲକ୍ଷ ଟଙ୍କା ଜବତ ହୋଇଛି । ଗତକାଲି ମିଳିଥିଲା ୧. ୫୫ ଲକ୍ଷ ଟଙ୍କା । ଏହାକୁ ମିଶାଇ ଏଯାବତ୍ ଜବତ ହେଲାଣି ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା । ଏଥିସହ ଜମି କାଗଜପତ୍ର, ବ୍ୟାଙ୍କ ପାସ୍ବୁକ୍ ଓ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ମଧ୍ୟ ଜବତ କରାଯାଇଛି । ସରକାରଙ୍କୁ ଦେଇଥିବା ସମ୍ପତ୍ତି ଷ୍ଟେଟମେଂଟରେ ମାତ୍ର ୧୨ଟି ପ୍ଲଟ ଥିବା ଦର୍ଶାଇଥିବା ବେଳେ DFOଙ୍କର ୧୧୫ ପ୍ଲଟ୍ ଠାବ କରିଥିଲା ଭିଜିଲାନ୍ସ ବିଭାଗ ।
ସୂଚନା ଅନୁସାରେ, ଦ୍ଵିତୀୟ ଦିନରେ ମଧ୍ୟ ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ଘରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ଶାଗୁଆନ କାଠର ଘର କରଣା ସାମଗ୍ରୀର ଆକଳନ କରୁଛି ଭିଜିଲାନ୍ସ । ଅନୁଗୁଳ, କେନ୍ଦୁଝର, ନୟାଗଡର ୭ଟି ସ୍ଥାନରେ ଚାଲିଛି ରେଡ କରାଯାଇଛି । ଚଢ଼ାଉରେ ୩ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି । କୁବେର ଡିଏଫଓ ନିତ୍ୟାନନ୍ଦ ନାୟକଙ୍କର ୧୧୫ ପ୍ଲଟ ଠାବ ହୋଇଛି । ନିଜ ନାଁରେ ୫୩, ପତ୍ନୀଙ୍କ ନାଁରେ ୪୨ ପ୍ଲଟ, ଦୁଇ ପୁଅଙ୍କ ନାଁରେ ୧୬ ପ୍ଲଟ ଓ ଝିଅ ନାଁରେ ୪ ପ୍ଲଟ ଠାବ ହୋଇଛି । ଅନୁଗୁଳ ତୁରଙ୍ଗାରେ ୯ ହଜାର ବର୍ଗ ଫୁଟର ୪ ମହଲା କୋଠା ରହିଛି । ସେହିପରି ଚଢାଉ ବେଳେ ଗତକାଲି ନଗଦ ୧ ଲକ୍ଷ ୧୯ ହଜାର ଟଙ୍କା ଠାବ ହୋଇଥିଲା । ଚଢାଉ ଏବେବି ଜାରି ରହିଥିବା ବେଳେ ଆଗକୁ ଆହୁରି ସମ୍ପତ୍ତି ଠାବ ହେବା ନେଇ ଆଶା କରାଯାଉଛି ।