ଭୁବନେଶ୍ୱର– ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଆୟ ବର୍ହିଭୁତ ସମ୍ତତ୍ତି ଠୁଳ ଅଭୀଯୋଗରେ ବ୍ରହ୍ମପୁର ବିଦ୍ୟୁତ ବିଭାଗର କାର୍ଯ୍ୟର୍ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ତାଙ୍କର ନିଜ ବାସଭଭବନ ସମେତ ଛତ୍ରପୁର ଓ ଭୁବନେଶଯବରର ୫ଟି ସ୍ଥାନରେ ଚାଲିଛି ରେଡ୍ । ଚଢ଼ାଉ ବେଳେ ୧୬ ଲକ୍ଷ ୭୦ ହଜାର ଟଙ୍କା ଘରୁ ଜବତ କରିଛି ଭିଜିଲାନ୍ସ ।ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ୫ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ ଟିମ୍ । ବ୍ରହ୍ମପୁର ଗଜପତି ନଗରର ଅଷ୍ଟମ ଲେନରେ ଥିବା ଏକ ୪ ମହଲା ଘର, ୧୧ ଲେନରେ ଥିବା ୫ ମହଲା ଘର, ଭୁବନେଶ୍ୱର ଏମ୍ସ ନଗରରେ ଥିବା ୪ ମହଲା ବିଶିଷ୍ଟ ଘର, ଗଞ୍ଜାମ ଆମ୍ବପୁଆରେ ଥିବା ଅଫିସ ଓ ପୈତୃକ ଘର ଛତ୍ରପୁରର ପୁଟବଗଡ଼ ଠାରେ ଏକାକାଳୀନ ଯାଂଚ କରୁଛି ଭିଜିଲାନ୍ସ । କିନ୍ତୁ ଯାଞ୍ଚ ବେଳେ ଭିଜିଲାନ୍ସ ଟିମକୁ ତଦନ୍ତରେ ସହଯୋଗ କରିନଥିଲେ ଯନ୍ତ୍ରୀ ଏବଂ ତାଙ୍କ ପୁଅ । ବ୍ରହ୍ମପୁରରେ ଯନ୍ତ୍ରୀ ଜଗନ୍ନାଥ ସେଠୀ ଓ ଭୁବନେଶ୍ୱରରେ ତାଙ୍କ ପୁଅ ଘର ଭିତର ପଟୁ ତାଲା ବନ୍ଦ କରିଥିଲେ । ଭିଜିଲାନ୍ସ ଟିମ୍ କବାଟ ଭାଙ୍ଗି ଘରକୁ ପସି ଛାନଭିନ କରୁଛନ୍ତି । ତଦନ୍ତରେ ଅସହଯୋଗ କରିଥିବାରୁ ଯନ୍ତ୍ରୀଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଭିଜିଲାନ୍ସ କହିଛି । ଜଣେ ଆଡିସିନାଲ ଏସପି, ୪ ଡିଏସପି ଓ ୧୦ ଇନ୍ସପେକ୍ଟରଙ୍କ ତତ୍ୱାବଧାନରେ ଚାଲିଛି ଚଢ଼ାଉ ।