ବିଲ ପାସ କରିଦେବାକୁ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ

ରାଉରକେଲା: ବରିଷ୍ଠ କିରାଣୀକୁ ଧରିଲା ଭିଜିଲାନ୍ସ । ରାଉରକେଲା ଜେଇ ରୋଡ ESI ମେଡିକାଲର ବରିଷ୍ଠ କିରାଣୀ ଅଭିରାମ ସାହୁଙ୍କୁ ଧରିଲା ଭିଜିଲାନ୍ସ । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଅଭିରାମ ଙ୍କୁ ଧରିଲା ଭିଜିଲାନ୍ସ। ବିଶ୍ବନାଥ ସିଂ ନାମକ ଜଣେ ବ୍ୟକ୍ତିଙ୍କର ଏକ ବିଲ୍ ପାସ କରିବାକୁ ସେ ଏହି ଲାଞ୍ଚ ନେଉଥିବା କୁହାଯାଉଛି। ଲାଞ୍ଚ ଅର୍ଥ ଜବତ କରିବା ସହ ଅଭିରାମଙ୍କୁ ପଚରାଉଚୁରା କରୁଛି ଭିଜିଲାନ୍ସ । ୨ଟି ସ୍ଥାନରେ ରେଡ୍ କରି ଖୋଳତାଡ଼ କରୁଛି ଭିଜିଲାନ୍ସର ସ୍ପେଶାଲ୍ ଟିମ୍ ।