୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଡେପୁଟି କଲେକ୍ଟର ଶରତ ଗିରି ଙ୍କୁ ଧରିଲା ଭିଜିଲାନ୍ସ

କେନ୍ଦୁଝର : ସରକାରୀ ବାବୁଙ୍କୁ ଧରିଲା ଭିଜିଲାନ୍ସ। ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ ।  ଭୂଅର୍ଜନ ଉପବିଭାଗ ଡେପୁଟି କଲେକ୍ଟର ଶରତ ଗିରି ଧରାପଡିଛନ୍ତି ।

ସୂଚନା ଅନୁଯାୟୀ,   କେନ୍ଦୁଝର ଜିଲ୍ଲା ଭୂଅର୍ଜନ ଉପବିଭାଗର ଡେପୁଟି କଲେକ୍ଟର ଶରତ ଗିରି ୫୦ ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ  ହାତରେ ଧରାପଡିଛନ୍ତି ।  ଚିତ୍ରସେନ ବ୍ରହ୍ମଙ୍କଠାରୁ ୨୦ ନମ୍ବର  ଜାତୀୟ ରାଜପଥ ବନାଯୋଡ଼ି ନିକଟରେ ଥିବା ୮ ଲେନ୍ ବିଶିଷ୍ଟ ଜାତୀୟ ରାଜପଥ ପାଇଁ ପାଖାପାଖି ୭ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ, ସେଥିରୁ ୧୦ପ୍ରତିଶତ ଟଙ୍କା ଲାଞ୍ଚ ହିସାବରେ ଚିତ୍ରସେନଙ୍କୁ ମାଗିଥିଲେ ଡେପୁଟି କଲେକ୍ଟର ଶରତ ଗିରି ।

  ଆଜି ସେଥିରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।  ଧରାପଡ଼ିବା ପରେ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ଭିଜିଲାନସ୍ ପକ୍ଷରୁ ସୂଚନା ମିଳିଛି ।