ଲାଞ୍ଚ ନେବା ଅଭିଯୋଗରେ ବରିଷ୍ଠ କିରାଣିଙ୍କୁ ଧରିଲା ଭିଜିଲାନ୍ସ

କେନ୍ଦ୍ରାପଡା: ଭିଜିଲାନ୍ସ ଜାଲରେ ଚକବନ୍ଦୀ ଅଫିସର ବରିଷ୍ଠ କିରାଣି । ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି । ଜମତଜମା ମାମଲା ସମାଧାନ ପାଇଁ ୧୦ ହଜାର ଟଙ୍କା ଲଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।
ସୂଚନା ଅନୁଯାୟୀ , ଅତିରିକ୍ତ ଚକବନ୍ଦୀ କମିଶନର କାର୍ଯ୍ୟାଳୟରେ ଅବସ୍ଥାପିତ କିରାଣୀ ଜିତେନ୍ଦ୍ର ସେନାପତି ଅଭି ଯୋଗକାରୀ ଗାୟତ୍ରୀ ମିଶ୍ରଙ୍କ ଏକ ଜମିଜମା ସମ୍ପର୍କିତ ମାମଲାର ରଫାଦଫା କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । କେନ୍ଦ୍ରାପଡା ଭିଜିଲ୍ାନ୍ସ ଡିଏସପି ଭାଗ୍ୟଲକ୍ଷ୍ମୀ ପୁହାଣଙ୍କ ନେତୃତ୍ୱରେ ଏକ ଛ ଜଣିଆ ଟିମ ଚଢାଉ କରି ଲାଞ୍ଚ ଟଙ୍କା ସହ ଜିତେନ୍ଦ୍ର ସେନାପତିଙ୍କୁ ମାଡିବସିଥିଲା । ତାଙ୍କର ଠାକୁର ପାଟଣା ଗାଁରେ ଥିା ଜିତେନ୍ଦ୍ରଙ୍କ ଭଡାଘର ସମେତ ତାଳସଙ୍ଗା ସ୍ଥିତ ପୈତୃକ ଘରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି ।