(ରିପୋର୍ଟସ ଟୁଡ଼େ) ଜଟଣୀ ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ ଲଳିତା କପୁର ଲାଞ୍ଚ ନେବା ଅଭିଯୋଗରେ ବୁଧବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ମ୍ୟୁନିସିପାଲଟିର ଅବସରପ୍ରାପ୍ତ କର୍ମଚାରୀ ଭିକ୍ଷାକାରୀ ସାହୁଙ୍କ ବକେୟା ଟଙ୍କା ମଞ୍ଜୁର ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ହାତରେ ଧରାପଡିଛନ୍ତି।