ବିଶ୍ୱପ୍ରସିଦ୍ଧ ରଥାଯାତ୍ରା ଦେଖିବାକୁ ପୁରୀ ଆସିବେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ-: ବିଶ୍ୱପ୍ରସିଦ୍ଧ ରଥାଯାତ୍ରା ଦେଖିବାକୁ ପୁରୀ ଆସିବେ ଉପରାଷ୍ଟ୍ରପତି । ଆସନ୍ତାକାଲି ଓଡିଶା ଆସିବେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ । ଉପରାଷ୍ଟ୍ରପତିଙ୍କ ଗସ୍ତ ନେଇ ପରିବହନ ମନ୍ତ୍ରୀ ବିଭୁତି ଜେନା ସୂଚନା ଦେଇଛନ୍ତି । ତାଙ୍କ ସହ ଅନେକ ଭିଭିଆଇପି ମଧ୍ୟ ପୁରୀ ରଥଯାତ୍ରା ଦେଖିବା ପାଇଁ ଆସୁଥିବାର ସୂଚନା ମିଳିଛି । ଏବେ ଠାରୁ କଡା ସୁରକ୍ଷା ବଳୟ ମଧ୍ୟରେ ରହିଛି ଶ୍ରୀକ୍ଷେତ୍ର ପୁରୀ । ରଥଯାତ୍ରା ଲାଗି ଭୁବନେଶ୍ୱର ଉତ୍ତରା ଛକ ଠାରୁ ପୁରୀ ପର୍ଯ୍ୟନ୍ତ ୨୭୫ଟି AI ସିସିଟିଭି କ୍ୟାମେରା ଲଗାଯାଇଛି । ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ନିୟନ୍ତ୍ରଣ ଲାଗି ପୁରୀ ଟାଉନ ଥାନାରେ ଖୋଲାଯାଇଛି ସ୍ୱତନ୍ତ୍ର ଇଣ୍ଟିଗ୍ରେଟେଡ଼ କମାଣ୍ଡ କଂଟ୍ରୋଲ ରୁମ । ୨୪ଘଣ୍ଟିଆ ଏହି କଣ୍ଟ୍ରୋଲ ରୁମରୁ ସୁରକ୍ଷା କର୍ମୀ ନଜର ରଖିବେ । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ହ୍ବାଟସଆପରେ ଟ୍ରାଫିକ ସଂପର୍କିତ ସୂଚନା ପ୍ରଦାନ କରାଯିବ ।