( ଭୁବନେଶ୍ୱର): ଆସନ୍ତା ୨୫ ତାରିଖରେ ଓଡିଶା ଆସୁଛନ୍ତି ଭାରତର ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ । ଏମ୍ସର ପ୍ରଥମ କନଭକେନସ୍ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଉପରାଷ୍ଟ୍ରପତି । ଏଥିପାଇଁ ଆଜି ସୁରକ୍ଷା ବ୍ୟବସ୍ଥାର ଆୟୋଜନ ଯାଞ୍ଚ କରିଛନ୍ତି ପୋଲିସ କମିସନର ସତ୍ୟଜିତ ମହାନ୍ତି । ବ୍ଲୁ ବୁକ ହିସାବରେ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯିବ । ଆଜି ଏୟାର ପୋର୍ଟ ରୁ ନେଇ ରାଜଭବନ ଯାଏ ଏବଂ ରାଜଭବନରୁ ଏମନ୍ସ ଯାଏ ପୋଲିସ ଟିମ ଯାଇ ସମସ୍ତ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି ।
ଅଗଷ୍ଟ ୨୫ ତାରିଖ ଦିନ ଉପରାଷ୍ଟ୍ରପତି ସକାଳ ସାଢେ ୮ ରୁ ୯ ଟା ଭିତରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସେ ରାଜଭବନ ଯିବେ । ରାଜଭବନରେ କିଛି ସମୟ ବିଶ୍ରାମ ନେବା ପରେ ଏମନ୍ସ ଅଭିମୁଖେ ବାହାରିବେ । ଏମନ୍ସରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ସାରିଲା ପରେ ଦିଲ୍ଲୀ ଫେରିଯିବେ । ଉପରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ୭୫ ରୁ ୮୦ ପୋଲିସ ଅଫିସର ଓ ୨୫ ପ୍ଲାଟୁନ ପୋଲିସ ମୁତୟନ ହେବ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିସନର ସତ୍ୟଜିତ ମହାନ୍ତି ।