ମେସିଙ୍କ କାର୍ଯ୍ୟକ୍ରମ ବିଭ୍ରାଟ; ଇସ୍ତଫା ଦେଲେ ବେଙ୍ଗଲ କ୍ରୀଡ଼ାମନ୍ତ୍ରୀ

କୋଲକାତା: ମେସିଙ୍କ କାର୍ଯ୍ୟକ୍ରମ ବିଭ୍ରାଟ ପ୍ରସଙ୍ଗକୁ ନେଇ ଏବେ ଉଠୁଛି ପଡ଼ୁଛି ପୁରା ପଶ୍ଚିମବଙ୍ଗ ? ଏହାରି ଭିତରେ ଇସ୍ତଫା ଦେଇଛନ୍ତି ବେଙ୍ଗଲର କ୍ରୀଡ଼ାମନ୍ତ୍ରୀ । ନିଜ ପଦରୁ ଇସ୍ତଫା ଦେଇଛନ୍ତି ବେଙ୍ଗଲ କ୍ରୀଡ଼ାମନ୍ତ୍ରୀ ଅରୁପ ବିଶ୍ବାସ । ସେପଟେ ବେଙ୍ଗଲ ପୋଲିସ ମହାନିର୍ଦ୍ଦେଶକଙ୍କୁ ମିଳିଲା ସୋ କଜ୍‌ ନୋଟିସ୍ । ବିଧାନନଗର ପୋଲିସ କମିଶନରଙ୍କୁ ମଧ୍ୟ ସୋ କଜ୍‌ ମିଳିଛି । ଉଭୟଙ୍କୁ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ରହିଛି । ଅନ୍ୟପଟେ ବିଧାନନଗର ଡିସିପି ସସ୍‌ପେଣ୍ଡ୍‌ ହୋଇଥିବା ବେଳେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି ।

ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କୁ ନେଇ କୋଲକାତାରେ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ପରେ ଏହା ରାଜନୀତିର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ଦୁର୍ଘଟଣା ପରେ ଟିଏମସି- ବିଜେପି ମୁହାଁମୁହିଁ ହେବା ସହିତ ବହୁ ତର୍କ ବିତର୍କ ଲାଗିରହିଛି । ତେବେ ମେସିଙ୍କ କାର୍ଯ୍ୟକ୍ରମ ବିଭ୍ରାଟ ପରେଇସ୍ତଫା ଦେଲେ ବେଙ୍ଗଲ କ୍ରୀଡ଼ାମନ୍ତ୍ରୀ ଅରୁପ ବିଶ୍ବାସ । ବେଙ୍ଗଲ ପୋଲିସ ମହାନିର୍ଦ୍ଦେଶକ, ବିଧାନନଗର ପୋଲିସ କମିଶନର ଉଭୟଙ୍କୁ ୨୪ ଘଣ୍ଟା ମଧ୍ୟରେ କାରଣ ଦର୍ଶାଅ ରିପୋର୍ଟ କରିବାକୁ ନିର୍ଦ୍ଦେଶ । ବିଧାନନଗର ଡିସିପି ସସ୍‌ପେଣ୍ଡ୍‌ ହେବା ସହିତ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି ।