ରାଇରଙ୍ଗପୁର/ସତ୍ୟନାରାୟଣ ପାଲ:ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରପାଳିକା ରେ ମୁକ୍ତା ଯୋଜନା ରେ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ ମୟୁରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ଶ୍ରୀ ଯୁକ୍ତ ବିନୀତ ଭରଦୁଆଜ କର କରକମଳରେ ହୋଇଥିଲା। ନୂତନ ଭାବରେ ନିର୍ମିତ ହୋଇଥିବା ଉଆଡ ନମ୍ବର ୧୦ରେ ରଘୁନାଥ ଜିଉ ମିନି ପାର୍କ , ରଘୁନାଥ ଜିଉ ଉଚ୍ଚ ବିଦ୍ୟାଳୟ ଠାରେ ମୁକ୍ତାକାଶ ବ୍ୟାୟାମ କେନ୍ଦ୍ର ଓ ଶିଶୁ କ୍ରୀଡା କେନ୍ଦ୍ର , ରାଇରଙ୍ଗପୁର ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ମୁକ୍ତାକାଶ ବ୍ୟାୟାମ କେନ୍ଦ୍ର ଓ ଶିଶୁ କ୍ରୀଡା କେନ୍ଦ୍ର , ଉଆଡ୍ ନମ୍ୱର ଦୁଇ ବାଇଦାପୋଷି ଠାରେ ମିନି ପାର୍କ ଓ ମିଶନ ଶକ୍ତି ଗୃହ ଏବଂ ମଳଉପଚାର କେନ୍ଦ୍ର ଠାରେ ମୁକ୍ତାକାଶ ବ୍ୟାୟାମ କେନ୍ଦ୍ର ଓ ଶିଶୁ କ୍ରୀଡା କେନ୍ଦ୍ର ର ଶୁଭ ଉଦଘାଟନ କରିଥିଲେ ମୟୁରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ।
ଏହି ଶୁଭ ଉଦଘାଟନ ଉତ୍ସବରେ ଉପ ଜିଲ୍ଲାପାଳ ଶ୍ରୀ ଯୁକ୍ତ ସରୋଜ କୁମାର ଦାଶ, ରାଇରଙ୍ଗପୁର ପୌରପାଳିକା ର ଚେୟାରମେନ ଅଭିଶେକ ପଟନାୟକ, ଭାଇସ୍ ଚେୟାରମେନ ଶ୍ରୀ ମତି ମମିତା ଚୌଧୁରୀ, ରାଇରଙ୍ଗପୁର ପୌରପାଳିକା କାର୍ୟ୍ୟ ନିର୍ବାହୀ ଅଧିକାରୀ ଧର୍ମେନ୍ଦ୍ର ଶତପଥୀ, ରାଇରଙ୍ଗପୁର ପୌରପାଳିକା କନିଷ୍ଠ ଯନ୍ତ୍ରୀ ମୃତ୍ୟୁଞ୍ଜୟ ପହି, ମୁକ୍ତା ଯନ୍ତ୍ରୀ ରାଜେଶ ରସନ ସାହୁ, ମୁକ୍ତା ସଂଯୋଜକ ନାରାୟଣ ପାଣିଗ୍ରାହି ଏବଂ ମୁକ୍ତା ହିସାବ ରକ୍ଷକ ସୁରେଶ ଚନ୍ଦ୍ର ସୁଆଇଁ ଏବଂ ସମସ୍ତ ପରିଷଦ ବୃନ୍ଦ ଉପସ୍ଥିତ ରହି ଏହି ଶୁଭ ଉଦଘାଟନ ଉତ୍ସବକୁ ସାଫଲିୟ ମଣ୍ଡିତ କରିଥିଲେ। ପରିଶେଷ ରେ ରାଇରଙ୍ଗପୁର ସହର ରେ ମୁକ୍ତା ଯୋଜନା ର ବହୁତ ସୁନ୍ଦର ଉନ୍ନନ ୟ ମୂଳକ କାର୍ୟ୍ୟ ସମ୍ପୂର୍ଣ୍ଣ ହୋଇଥିବାରୁ ମିଶନ ଶକ୍ତି ସଂଘ ମାନକୁ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶୁଭ ଉଦଘାଟନ ଉତ୍ସବରେ ବହୁ ସଂଖ୍ୟାରେ ମିଶନ ଶକ୍ତି ସଂଘର ମାଆ ମାନେ ଯୋଗ ଦେଇ ଏହି କାର୍ୟ୍ୟକର୍ମକୁ ସଫଳ କରିବାରେ ସାହାଯ୍ୟ କରିଥିବାରୁ ମୁକ୍ତା ଯୋଜନାର ଯନ୍ତ୍ରୀ ଶ୍ରୀ ରାଜେଶ ରୋସନ ସାହୁ ମିଶନ ଶକ୍ତି ସଂଘର ମାଆ ମାନକୁ ଧନ୍ୟବାଦ ଦେଇଥିଲେ।