ବୈଭବ ସୂର୍ଯ୍ୟବଂଶୀଙ୍କ ଧୂଆଁଦାର ବ୍ୟାଟିଂ

ବୈଭବ ସୂର୍ଯ୍ୟବଂଶୀଙ୍କ ଧୂଆଁଦାର ବ୍ୟାଟିଂ । ୬୩ ବଲରେ ଶତକ ଲଗାଇ, ନୂଆ କୀର୍ତ୍ତିମାନ ହାସଲ କଲେ ବୈଭବ । ଅବାକ୍ ହୋଇଗଲେ ଦକ୍ଷିଣ ଆଫ୍ରିକା ବୋଲର । ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଅଣ୍ଡର-୧୯ ଟିମ୍ ଏବେ ମୁହାଁମୁହିଁ ହେଉଛନ୍ତି । ଉଭୟ ଦଳ ମଧ୍ୟରେ ଦିନିକିଆ ସିରିଜ୍ ଖେଳାଯାଉଛି । ପ୍ରଥମ ଦୁଇଟି ମୁକାବିଲା ଜିତି ଭାରତ ଆଗୁଆ ରହିଛି । ଆଜି ତୃତୀୟ ଦିନିକିଆ ଚାଲିଛି । ଖେଳର ଆରମ୍ଭରୁ ବୈଭବଙ୍କ ବ୍ୟାଟ୍ କମାଲ୍ କରିଥିଲା । ସେ ୬୩ ବଲରେ ନିଜର ଶତକ ପୂରା କରିଥିଲେ । ଶତକୀୟ ପାଳିରେ ସେ ୮ଟି ଛକା ଏବଂ ୬ଟି ଚଉକା ଲଗାଇଥିଲେ  ।