ଜୁଲାଇ ମାସ ସୁଦ୍ଧା କୋଭିଡ ଟିକା ଉତ୍ପାଦନରେ ବୃଦ୍ଧି ସମ୍ଭବ ନୁହେଁ: ପୁନାୱାଲା

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ସ୍ଥିତି ଭୟଙ୍କରରୁ ଅତି ଭୟଙ୍କର ହେବାରେ ଲାଗିଛି । ଅନ୍ୟ ପଟେ ଟୀକାର ଅଭାବ ଦେଖା ଦେଇଛି । ସିରମ ଇନଷ୍ଟିଚ୍ୟୁଟ୍ ସିଇଓ ଆଦର ପୁନାଓ୍ବାଲା କହିଛନ୍ତି, ଭାରତରେ ଆସନ୍ତା କିଛି ମାସ ପର୍ୟ୍ୟନ୍ତ ଟୀକା ଅଭାବ ଲାଗି ରହିବ । ପୂର୍ବରୁ ୧୦ କୋଟି ଅଧିକ ଟିକା ନିର୍ମାଣ କରିବାକୁ କୁହାଯାଇଥିବା ବେଳେ ଏହି ବର୍ଦ୍ଧିତ ଟିକା ଉତ୍ପାଦନ ଜୁଲାଇ ପୂର୍ବରୁ ସମ୍ଭବ ପର ହେବ ନାହିଁ । ଏବେ ୬-୭ କୋଟି ଭ୍ୟାକସିନ୍ ଉତ୍ପାଦନ ହେଉଛି ।
ଫାଇନାନ୍ସିଆଲ୍ ଟାଇମ୍ସକୁ ଏକ ସାକ୍ଷାତକାର ଦେଇ ପୁନାଓ୍ବାଲା କହିଛନ୍ତି, ଅର୍ଡର କମ୍ ଆସୁଥିବାରୁ ପ୍ରଥମେ ଉତ୍ପାଦନ କ୍ଷମତା ବଢ଼ାଇନଥିଲୁ। ତେଣୁ ଭ୍ୟାକସିନ୍ ଅଭାବ ଜୁଲାଇ ଶେଷ ପର୍ୟ୍ୟନ୍ତ ଜାରି ରହିବ। ସେ ଆହୁରି କହିଛନ୍ତି, ଜାନୁଆରୀରେ ଦ୍ବିତୀୟ ଲହର ଆସିବ ଏହା ଅନୁମାନ କରାଯାଇ ନ ଥିଲା । ତେଣୁ ଉତ୍ପାଦନ ବଢାଯାଇନଥିଲା । ଦେଶରେ ମେ’୧ରୁ ୧୮ରୁ ୪୪ ବର୍ଷୀୟଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଛି। ଅନେକ ରାଜ୍ୟରେ ଟିକାର ଅଭାବ ପାଇଁ ଟିକାକରଣ ଆରମ୍ଭ ହୋଇପାରି ନାହିଁ।