ଭୁବନେଶ୍ବର: ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ଟିକାକରଣ। କେନ୍ଦ୍ର ସରକାର ଏକ ଲକ୍ଷ କୋଭିସିଲ୍ଡ ଟିକା ଯୋଗାଇ ଦେଇଥିବାବେଳ ବିଧିବଦ୍ଧଭାବେ ପ୍ରଥମ ପର୍ୟ୍ୟାୟରେ ଆବଶ୍ୟକତା ଅନୁସାରେ ସମସ୍ତ ଜିଲାକୁ ଦିଆଯାଇଛି। ପୂର୍ବ ନିର୍ଦେଶନାମା ଆଧାରରେ ବିଭିନ୍ନ ଜିଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାକରଣ କରାଯାଉଛି। ତେବେ ଭୁବନେଶ୍ବର ର କ୍ୟାପିଟାଲ ହସ୍ପିଟାଲର ଟୀକା କେନ୍ଦ୍ରରେ ମଧ୍ୟ ସମ୍ପୂର୍ଣ୍ଣ ମାଗଣାରେ ଟିକା ନେବା ପାଇଁ ବ୍ୟବସ୍ଥା କରାଯାଇଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଯେହେତୁ କଟକ ଓ ଭୁବନେଶ୍ବରରେ କୋଭାକ୍ସିନ ଅଧିକ ଦିଆଯାଇଥିଲା ଏବଂ ଅନ୍ୟ ଅଞ୍ଚଳରେ କୋଭିସିଲ୍ଡ ଟିକା ଦିଆଯାଇଥିଲା ତେଣୁ ଅନ୍ୟ ଅଞ୍ଚଳକୁ ଅଧିକ ଗୁରୁତ୍ବ ଦିଆଯିବା ସହ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଏହାର ବ୍ୟବସ୍ଥା କରଯାଇଛି।