ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ଡ. ଅଚ୍ୟୁତ ସାମନ୍ତଙ୍କୁ ୫୦ ତମ ଡକ୍ଟରେଟ ଡ଼ିଗ୍ରୀ ପ୍ରଦାନ

ଭୁବନେଶ୍ୱର: ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ସମାବର୍ତ୍ତନ ଉତ୍ସବ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ଭବନରେ ଅନୁଷ୍ଠିତ ହୋଇଛି । କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର୍ ଗଣେଶୀଲାଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହେଉଥିବା ଏହି ଉତ୍ସବରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଭି.ଗୋପାଳ ଗୌଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇଛନ୍ତି।ଏହି ଉତ୍ସବରେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଛନ୍ତି। ଏହି ଉତ୍ସବରେ କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ୍ ସାଂସଦ ଅଚ୍ୟୁତ ସାମନ୍ତ ଓ ଡିଆରଡିଓର ଏରୋନେଟିକାଲ ସିଷ୍ଟମ୍ସ (ଏଏସ୍)ର ମହାନିର୍ଦ୍ଦେଶକ ତଥା ବୈଜ୍ଞାନିକ ଟେସି ଥୋମାସଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି। ଏଥିସହ ୨୦୨୧-୨୨ ଶିକ୍ଷାବର୍ଷ ଲାଗି ୧୬୩ଜଣଙ୍କୁ ପିଏଚଡି ଡିଗ୍ରୀ, ୯୯ଜଣଙ୍କୁ ସ୍ୱର୍ଣ୍ଣପଦକ, ଜଣେ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ଡି. ଏସ୍ସି ଓ ଡି.ଲିଟ୍ ଡିଗ୍ରୀ ମିଳିଛି