ରାଉରକେଲା: ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୮୯ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଅନୁଷ୍ଠାନର ଉପସଭାପତି ରଶ୍ମି ରଞ୍ଜନ ବୋଇତାଇଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ସଂଘର ସଦସ୍ୟ ଓ ଅନ୍ୟାନ୍ୟ ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ରହି ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଉପସ୍ଥିତ ସଦସ୍ୟମାନେ କହିଥିଲେ ଯେ ନବଉତ୍କଳର ନିର୍ମାତା ଉତ୍କଳ ଗୌରବ ମଧୁବାବୁ ଓଡିଆ ଭାଷା ଓ ଓଡିଆ ଜାତି ପାଇଁ ତାଙ୍କର ସାମଗ୍ରୀକ ଜୀବନ ସମର୍ପଣ କରିଥିବା କାରଣରୁ ଆଜି ଓଡିଆ ଭାଷା ସମୃଦ୍ଧ ହେବା ସଂଗେ ସଂଗେ ଓଡିଶା ଏକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇପାରିଛି। ତାଙ୍କ ଅବଦାନକୁ ଓଡିଆ ଜାତି ଭୁଲିପାରିବ ନାହିଁ। ଏହି କାର୍ୟ୍ୟକ୍ରମରେ ପ୍ରଗତି ଉତ୍କଳ ସଂଘ ର ଉପସଭାପତି ରଶ୍ମିରଂଜନ ବୋଇତାଇ, ଘନଶ୍ୟାମ ଧଳ, ଅରବିନ୍ଦ ପାତ୍ର, ଅଶୋକ କୁମାର ପଟ୍ଟନାୟକ, ଅର୍ଜୁନ ଭୁୟାଁ, ଇନ୍ଦ୍ରମଣୀ ମହାପାତ୍ର, ଶୁଭ୍ରାଂଶୁ ଶେଖର ମହାପାତ୍ର, ହମିରପୁର ଉନ୍ନୟନ ପରିଷଦର ସଭାପତି ଡଃ ସୁମନ ଦତ୍ତ ,ଓଡିଆ ଭାଷା ବିକାଶ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର, ସତ୍ୟନାରାୟଣ ଦାଶ,ଗୋରା ଦାସ ପ୍ରମୁଖ ଉପସ୍ଥିତ ଥିଲେ।