ୱାଶିଂଟନ: ପୁଣି ଆମେରିକାରେ ଫୁଟିଲା ଗୁଳି । ଡେସ୍ ମୋଇନେସ୍ ସ୍ଥିତ ଏକ ସ୍କୁଲରେ ଦୁର୍ବୃତ୍ତ ମାନେ ଗୁଳିକାଣ୍ଡ କରିଛନ୍ତି । ସେହି ଗୁଳିକାଣ୍ଡରେ ଘଟଣାସ୍ଥଳରେ ୨ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶିକ୍ଷକ ଗୁରୁତର ହୋଇଛନ୍ତି । ସୂଚନା ଅନୂଯାୟୀ ଗୁରୁତର ଅବସ୍ଥାରେ ଶିକ୍ଷକଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତେବେ କେଉଁ କାରଣରୁ ଗୁଳିକାଣ୍ଡ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଏହି ଘଟଣାକୁ ନେଇ କିଛି ସନ୍ଦିଗ୍ଧଙ୍କୁ ଅଟକ ରଖି ଗୁଳିକାଣ୍ଡ ବିଷୟରେ ପଚରାଉଚରା କରିବା ସହ ତଦନ୍ତ ଚଳାଇଛି ପୋଲିସ । ବାରମ୍ବାର ଆମେରିକାରେ ଏପରି ଘଟଣା ସାମ୍ନାକୁ ଆସିଛି । ଗୁଳିକାଣ୍ଡ ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଉଛି ।