ନିଜକୁ ସୁରକ୍ଷା ଦେବା ପାଇଁ ଉର୍ଫି ପିନ୍ଧିଲେ ଗ୍ରୀଲ ଡ୍ରେସ

ପୁଣି ଥରେ ମୁମ୍ବାଇ ରାସ୍ତାରେ ଉର୍ଫିଙ୍କୁ ଏକ ଅଜବ ଷ୍ଟାଇଲ୍ରେ ଦେଖିବାକୁ ମିଳିଛି, ଯାହାକୁ ଦେଖିଲେ ଆପଣଙ୍କ ମନକୁ ପୋଲିସର ଲାଟିଚାର୍ଜ କଥା ଆସିଯିବ

0

ମୁମ୍ବାଇ: ଉର୍ଫି ତାଙ୍କର ଅଜବ ଗଜବ ଡ୍ରେସକୁ ନେଇ ସବୁବେଳେ ସେସିଆଲ ମିଡିଆରେ ଚର୍ଚ୍ଚରେ ରହନ୍ତି । ଉର୍ଫି ଏପର୍ୟ୍ୟନ୍ତ ପିନ୍, ସିମ୍ କାର୍ଡ, ପଥର, ଚୁଇଁଗମ, ବ୍ଲାକଟେପ ଭଳି ଅନେକ ଅଜବ ଜିନିଷରେ ତିଆରି ପୋଷାକ ପିନ୍ଧି ସାରିଛନ୍ତି। ପୁଣି ଥରେ ମୁମ୍ବାଇ ରାସ୍ତାରେ ଉର୍ଫିଙ୍କୁ ଏକ ଅଜବ ଷ୍ଟାଇଲ୍ରେ ଦେଖିବାକୁ ମିଳିଛି, ଯାହାକୁ ଦେଖିଲେ ଆପଣଙ୍କ ମନକୁ ପୋଲିସର ଲାଟିଚାର୍ଜ କଥା ଆସିଯିବ।ସେସିଆଳ ମିଡିଆରେ ଏହି ଭିଡିଓରେ ଉର୍ଫି ଜାଭେଦ୍ କଳା ରଙ୍ଗର ସର୍ଟ ଡ୍ରେସରେ ନଜର ଆସିଛନ୍ତି। ସବୁଠାରୁ ଆଶ୍ଚର୍ୟ୍ୟ କରିବ ସେ ପିନ୍ଧିଥିବା ଏକ ଗ୍ରୀଲ୍। ସେ ତାଙ୍କ ସାମ୍ନାରେ ଏକ କଳା ରଙ୍ଗର ଗ୍ରୀଲ୍ ଲଗେଇଛନ୍ତି। ଏହା ସହିତ ସେ କଳା ରଙ୍ଗର ବ୍ରାଲେଟ୍ ଆଉ ଜଗର୍ ପିନ୍ଧିଛନ୍ତି। ଲୋକେ ଯେତେବେଳେ ତାଙ୍କର ଏହି ଲୁକ୍ ବିଷୟରେ ପଚାରନ୍ତି, ସେ ସୁରକ୍ଷା ସହିତ ବୁଲୁଥିଲା ଉର୍ଫି କହିଛନ୍ତି। ସେ ଆହୁରି କହିଛନ୍ତି ଯେ ସେ ତାଙ୍କ ଜେଲ୍କୁ ସାଙ୍ଗରେ ଧରି ବୁଲୁଛନ୍ତି।
ଉର୍ଫି କେଉଁ ଡ୍ରେସ ପିନ୍ଧିଛନ୍ତି ତାହା ସେ ଟ୍ରେଲ ହେବନି ଏହା ହେବ ନାହିଁ ଏହା ଅସମ୍ଭ । ଲୋକେ ସୋସିଆଲ ମିଡିଆରେ ତାଙ୍କୁ ନେଇ ଅନେକ ମତ ଦେଉଛନ୍ତି। ଜଣେ ଲେଖିଛନ୍ତି, “ପୋଲିସ ପାଇଁ ଏହା ଏକ ଭଲ ଆଇଡିଆ। ଏମିତି ପିନ୍ଧି ପୋଲିସ କାର୍ୟ୍ୟାନୁଷ୍ଠାନ ନେଲେ ସେମାନଙ୍କ ଦୁଇ ହାତ ଫ୍ରି ରହିବ।” ଅନ୍ୟ ଜଣେ ଲେଖିଛନ୍ତି, “ଆରେ, ଏହା ହେଉଛି ଲାଠି ଚାର୍ଜ ବାଲା ସୁରକ୍ଷା।”