‘ଲଭ ସେକ୍ସ ଔର୍‌ ଧୋକା ୨’ର ମୁଖ୍ୟ ଭୂମିକାରେ ଉର୍ଫି ଜାଭେଦ

0

ମୁମ୍ବାଇ: ଉର୍ଫିଙ୍କୁ କିଏ ବା ନଜାଣେ ତାଙ୍କର ଅଜବ ଗଜବ ଡ୍ରେସ ପାଇଁ ସେ ସବୁ ବେଳେ ଲାଇମ ଲାଇଟରେ ରୁହନ୍ତି । ତାଙ୍କର ରିଭିଲିଙ୍ଗ ଡ୍ରେସ ପାଇଁ ଟ୍ରେଲ ମଧ୍ୟ ହୁଅନ୍ତି । ଏଥର ତାଙ୍କ ଡ୍ରେସକୁ ନେଇ ନୁହେଁ ବରଂ ତାଙ୍କ ବଲିଉଡ ଡେବ୍ୟୁକୁ ନେଇ ଚର୍ଚ୍ଚା ହେଉଛି । ଖୁବ ଶିଘ୍ର ବଳିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି ଉର୍ଫି ଜାଭେଦ । ଏକତା କାପୁରଙ୍କ ଫିଲ୍ମ ‘ଲଭ ସେକ୍ସ ଔର୍‌ ଧୋକା ୨’ରେ ମୁଖ୍ୟ ଭୂମିକାରେ ନଜର ଆସିବେ ଉର୍ଫି ଜାଭେଦ । ତାଙ୍କୁ ଏହି ଅଫର୍ ଦିଆଯାଇଥିବା ନେଇ ଆଲୋଚନା ଚାଲିଛି।

ଏହି ଚଳଚ୍ଚିତ୍ରରେ ‘ବିଗ୍ ବସ୍ ୧୬’ର ପ୍ରସିଦ୍ଧ ଅଭିନେତ୍ରୀ ନିମ୍ରିତ୍ କୌର୍ ଅଲୁୱାଲିଆଙ୍କୁ ମଧ୍ୟ ଦେଖିବାକୁ ମିଳିବ। ବିଗବସ ୧୬ ଚାଲିଥିବା ବେଳେ ଏକତା କପୁର ନିମ୍ରିତଙ୍କୁ ଏହି ଅଫର ଦେଇଥିଲେ । ତେବେ ‘ଲଭ ସେକ୍ସ ଔର୍‌ ଧୋକା ’ର ପ୍ରଥମ ଭାଗଟି ଲୋକଙ୍କୁ ଖୁବ ପସନ୍ଦ ଆସିଥିଲା । ପାର୍ଟ-୨ କୁ ମଧ୍ୟ ଭଲ ହେବା ନେଇ ଆଶା ରଖାଯାଇଛି।