UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ୨୦୨୫ ଫାଇନାଲ୍ ଫଳ ପ୍ରକାଶ; ଅନୁଜ ଅଗ୍ନିହୋତ୍ରୀ ଅଲ୍ ଇଣ୍ଡିଆ ଟପ୍ପର

ନୂଆଦିଲ୍ଲୀ: UPSC ପରିଚାଳିତ ସିଭିଲ୍ ସର୍ଭିସେସ୍ ପରୀକ୍ଷା (CSE) ୨୦୨୫ର ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯାଇଛି। ଏଥର ମୋଟ ୯୫୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏହି ପରୀକ୍ଷାରେ Anuj Agnihotri ଅଲ୍ ଇଣ୍ଡିଆ ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ Rajeshwari Subhe M ଓ ତୃତୀୟ ସ୍ଥାନରେ Akansh Dhul ରହିଛନ୍ତି। ଚତୁର୍ଥ ସ୍ଥାନରେ Raghav Jhunjhunwala, ପଞ୍ଚମ ସ୍ଥାନରେ Ishan Bhattnagar ଓ ଷଷ୍ଠ ସ୍ଥାନରେ Jinia Arora ରହିଛନ୍ତି। ସେହିପରି ସପ୍ତମ ସ୍ଥାନରେ Rajah Mahaiddin, ଅଷ୍ଟମ ସ୍ଥାନରେ Pakshal Sekrettri, ନବମ ସ୍ଥାନରେ Astha Jain ଓ ଦଶମ ସ୍ଥାନରେ Ujjwal Priyank ରହିଛନ୍ତି।

ଓଡ଼ିଶାରୁ ମଧ୍ୟ କିଛି ପ୍ରାର୍ଥୀ ସଫଳତା ହାସଲ କରିଛନ୍ତି। ସାତ୍ବିକ ସତ୍ୟକାମ ଦେବତା ୧୦୦ତମ ସ୍ଥାନରେ, ଅମ୍ରିତ ମହାପାତ୍ର ୧୨୧ତମ ସ୍ଥାନରେ, ବିଶାଲ ପଟ୍ଟନାୟକ ୩୪୧ତମ ସ୍ଥାନରେ ଓ ଦେବବ୍ରତ ପ୍ରମାଣିକ ୪୬୭ତମ ସ୍ଥାନରେ ସ୍ଥାନ ପାଇଛନ୍ତି। ସିଭିଲ୍ ସର୍ଭିସ ପ୍ରିଲିମ୍ସ ପରୀକ୍ଷା ୨୦୨୫ ମେ ୨୫ରେ ହୋଇଥିଲା। ମେନ୍‌ ପରୀକ୍ଷା ୨୨ ଅଗଷ୍ଟରୁ ୩୧ ଅଗଷ୍ଟ ୨୦୨୫ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଓ ସାକ୍ଷାତକାର ପ୍ରକ୍ରିୟା ୨୭ ଫେବୃଆରୀ ୨୦୨୬ରେ ଶେଷ ହୋଇଥିଲା। ସାଧାରଣତଃ ସାକ୍ଷାତକାର ଶେଷ ହେବା ପରେ ପ୍ରାୟ ଗୋଟିଏ ସପ୍ତାହ ମଧ୍ୟରେ ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯାଏ।

କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନଙ୍କୁ Indian Administrative Service, Indian Foreign Service, Indian Police Service ସହିତ ଅନ୍ୟାନ୍ୟ କେନ୍ଦ୍ରୀୟ ସେବାରେ ନିଯୁକ୍ତି ପାଇଁ ମନୋନୀତ କରାଯିବ। ପ୍ରାର୍ଥୀମାନେ UPSCର ଅଧିକୃତ ୱେବସାଇଟ୍ upsc.gov.in ଓ upsconline.nic.inରେ ନିଜ ଫଳାଫଳ ଯାଞ୍ଚ କରିପାରିବେ। ଏହା ସହିତ UPSC ସିଭିଲ ସର୍ଭିସ ପରୀକ୍ଷା ନିୟମରେ କିଛି ପରିବର୍ତ୍ତନ ମଧ୍ୟ କରିଛି। ଆୟୋଗ ସ୍ପଷ୍ଟ କରିଛି ଯେ IAS କିମ୍ବା IFS ସେବାରେ ପୂର୍ବରୁ ନିଯୁକ୍ତ ଥିବା ଅଧିକାରୀମାନେ ପୁନର୍ବାର ସିଭିଲ ସର୍ଭିସ ପରୀକ୍ଷା ଦେଇପାରିବେ ନାହିଁ। ସେହିପରି Indian Police Service ପାଇଁ ମଧ୍ୟ ନିୟମ କଠୋର କରାଯାଇଛି। ପୂର୍ବରୁ IPSରେ ମନୋନୀତ ହୋଇଥିବା ପ୍ରାର୍ଥୀମାନେ CSE 2026ର ଫଳାଫଳ ଆଧାରରେ ପୁନର୍ବାର IPS ବାଛିପାରିବେ ନାହିଁ। ତେବେ କିଛି କେସରେ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଶର୍ତ୍ତ ସହିତ ପରବର୍ତ୍ତୀ ପରୀକ୍ଷାରେ ଅଂଶଗ୍ରହଣ ପାଇଁ ଛୁଟ ଦିଆଯାଇପାରିବ।