ଅନୁଗୋଳ/ ସୁଧାକର ସାହୁ : ପ୍ରତିଷ୍ଠାକୁ ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଶନିବାର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ସଂଘର ମିଳିତ ଆନୁକୂଲ୍ୟରେ ସଭାଘର ଠାରେ ଅନୁଷ୍ଠିତ ହୋଇଛି ବଡ଼ି ବିଲଡିଂ ଚାମ୍ପିଅନସିପ୍ । ଅନୁଗୋଳ କ୍ଲାସିକ ନାମରେ ନାମିତ ଏହି ଚମ୍ପିୟାନସିପରେ ରାଜ୍ୟର ୧୧୯ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । ଶନିବାର ଅପରାହ୍ନରେ ଆରମ୍ଭ ହୋଇଥିବା ପ୍ରତିଯୋଗିତାକୁ ମୁଖ୍ୟ ଅତିଥି ଭାବେ ଅନୁଗୋଳ ଉପଜିଲ୍ଲାପାଳ ଚଇତୁରା ଦିପ୍ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡ଼ା ସଂଘର ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ଉପସଭାପତି ଗୌର ଗୋବିନ୍ଦ ସାମନ୍ତ, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସେଠ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମ ଥର ପାଇଁ ଅନୁଗୋଳ ରେ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ହୋଇଥିବା ବେଳେ ଏହାକୁ ଦେଖିବା ପାଇଁ ବହୁ ଦର୍ଶକଙ୍କ ସମାଗମ ହୋଇଥିଲା । ବଡ଼ି ବିଲଡିଂର ୭ଟି ବର୍ଗରେ ଓ ମେନ୍ସ ଫିଜିକ୍ସର ୬ ଟି ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ମେନ୍ସ ଫିଜିକ୍ସ ଜୁନିୟର ବି ’ କ୍ୟାଟେଗୋରୀରେ ଶୁଭଙ୍କର ରାଉତ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କ୍ୟାଟେଗୋରୀ ‘ଏ’ ରେ ଅବିନାଶ ଜେନା ପ୍ରଥମ, କ୍ୟାଟେଗୋରୀ ସି ରେ ଏମ୍ ଡି ରିଜୱାନ ପ୍ରଥମ ସ୍ଥାନ ଲାଭ କରିଛନ୍ତି । ଏହି ପ୍ରତିଯୋଗିତା ଦୁଇ ଦିନ ଧରି ଚାଲିବ । ଅନୁଗୋଳରେ ପ୍ରଥମ ଥର ପାଇଁ ଏଭଳି ପ୍ରତିଯୋଗିତା ହେଉଥିବା ବେଳେ ଏତେ ସଂଖ୍ୟାରେ ପ୍ରତିଯୋଗୀ ଭାବ ନେଇ ଥିବାରୁ ପ୍ରତିଯୋଗିତା ବେଶ ଆକର୍ଷଣ ହେବ ବୋଲି ପ୍ରତିଯୋଗୀ ମାନେ ମତ ପ୍ରକାଶ କରିଛନ୍ତି ।