ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୁଲାମନବୀ ଆଜାଦଙ୍କ ବହିରେ ଲୁଲୁ ମହାପାତ୍ରଙ୍କ ସ୍ମୃତିଚାରଣ । ବହିକୁ ପଢି ଭାବବିହ୍ୱଳ ହୋଇଛନ୍ତି ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା। ଆଜାଦ ନାମକ ଏକ ବହି ଲେଖିଛନ୍ତି ଗୁଲାମ। ମହାବାତ୍ୟା ବେଳର କଥା କୁ ବହିରେ ଉଲ୍ଲେଖ କରିଛନ୍ତି ଗୁଲାମ। ମହାବାତ୍ୟା ସମୟ ରେ ସେ ଓଡ଼ିଶା ଆସିଥିଲେ। ରହୁଥିବା ଗେଷ୍ଟ ହାଉସ ର ସ୍ଥିତ କଣ ଥିଲା। ବହିରେ ଲୁଲୁ ଏବଂ ଅନ୍ୟ ନେତା ଙ୍କ ବିଷୟ ରେ ଉଲ୍ଲେଖ କରିଛନ୍ତି ଗୁଲାମ ନବି ଆଜାଦ। ମହାବାତ୍ୟା ସମୟ ରେ କେନ୍ଦ୍ରମନ୍ତ୍ରୀ ଥିଲେ ଗୁଲାମ ରାଜ୍ୟ ସରକାର ସେତବେଳେ ତାଙ୍କୁ ସ୍ୱାଗତ କରିନଥିଲେ କିନ୍ତୁ ଲୁଲୁ ଏବଂ ତାଙ୍କ ସମର୍ଥକ ମାନେ ଯେଉଁଭଳି ଭାବରେ ତାଙ୍କୁ ସ୍ୱାଗତ କରିଥିଲେ ବହିରେ ସେ ଉଲ୍ଲେଖ କରିଛନ୍ତି. । ଦେଶର ଏହି ବରିଷ୍ଠ ନେତା ନିଜ ବହିରେ ଲୁଲୁ ଙ୍କ କଥା ସ୍ଥାନ ଦେଇଥିବା ରୁ ଏହାକୁ ପଢି ଭାବ ବିହ୍ୟୁଳ ହୋଇଛନ୍ତି ଉପାସନା ଆଉ ଟୁଇଟ କରି ଗୁଲାମ ନବି ଆଜାଦ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ଝିଅ ଉପାସନା ମହାପାତ୍ର।