ମୁମ୍ବାଇ : ସବୁବେଳେ ନିଜର ବେଲ୍ଡ ଅନଦାଜର ପୋଷାକକୁ ନେଇ ଚର୍ଚ୍ଚାରେ ଥାଆନ୍ତି ଉର୍ଫି ଜାଭେଦ । ଅନେକ ଲୋକ ଉଫିଙ୍କ ଅଜବ ଗଜବ ଡ୍ରେସକୁ ନେଇ କ୍ରିଏଟିଭ କହୁଥିବା ବେଳେ ଆଉ କିଛି ଲୋକ ତାଙ୍କୁ ସମାଲେଚନା କରନ୍ତି । ଏପରିକି କିଛି ଲୋକ କୁହନ୍ତି ଉର୍ଫି ସମାଜକୁ ଖରାପ ବାର୍ତ୍ତା ଦେଉଛି । ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫି ଏବେ ନିର୍ବନ୍ଧ କରିଥିବା ନେଇ ଚର୍ଚ୍ଚା ହେଉଛି।ଉର୍ଫିଙ୍କର ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଜଣେ ଯୁବକଙ୍କ ସହ ବସି ପୂଜା କରୁଥିବା ଦେଖିବାକୁ ମିଳିଛି। ଏହି ଫଟୋ ସାମ୍ନାକୁ ଆସିବା ପରେ ଉର୍ଫି ମନ୍ଦିରରେ ନିର୍ବନ୍ଧ କରିଥିବା ନେଇ ଚର୍ଚ୍ଚା ହେଉଛି।
ତେବେ ଏପର୍ଯ୍ୟନ୍ତ ଉର୍ଫି ଏହି ଫଟୋକୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଏହା ପୂର୍ବରୁ ଉର୍ଫି ଜଣେ ଯୁବତୀଙ୍କୁ ଚୁମ୍ବନ ଦେଇ ଫଟୋ ସେୟାର କରିଥିଲେ। ଇନଷ୍ଟା ଷ୍ଟୋରୀରେ ଉର୍ଫି ଜଣେ ଯୁବତୀଙ୍କ ମୁଣ୍ଡରେ ଚୁମ୍ବନ ଦେଇଥିବାର ଫଟୋ ସେୟାର କରି ଲଭ୍ ୟୁ ଲେଖିଥିଲେ। ଏହି ଫଟୋ ସାମ୍ନାକୁ ଆସିବା ପରେ ଉର୍ଫି ଅଜଣା ଯୁବତୀଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା।