ଅଜଣା ଗାଡି ଦୁର୍ଘଟଣା : ୩ ଯୁବକଙ୍କ ମୃତ୍ୟୁ

ଗଞ୍ଜାମ: ଅଜଣା ଗାଡି ଧକ୍କାରେ ୩  ଯୁବକଙ୍କ ମୃତ୍ୟୁ ହୋଇଛି । ଗୁମୁଡା ଫାଣ୍ଟି ବଂଶଧାରା ନଦୀ ପୋଲରେ ଦୁର୍ଘଟଣା ଘଟିଛି । ଠାକୁରାଣୀ ଯାତ୍ରା ଦେଖିବାକୁ  ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ସମସ୍ତ ମୃତକ ଗୁଡାରି ବ୍ଲକ କଇଠପଦର  ଓ ଜଗନ୍ନାଥପୁର ଗାଁର ସୂଚନା ମିଳିଛି ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।