କେନ୍ଦ୍ର ରେଳମନ୍ତ୍ରୀ ଉଦଘାଟନ କରିବେ ବିଶାଖାପାଟଣା କୋରାପୁଟ ସ୍ପେସାଲ ପାସେଞ୍ଜର ଟ୍ରେନ

0

ଭୂବନେଶ୍ୱର : ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶା ଗସ୍ତରେ ଆସୁଛନ୍ତି । ଆଜି ସେ ବିଶାଖାପାଟଣା କୋରାପୁଟ ସ୍ପେଶାଲ ଦୈନିକ ଟ୍ରେନକୁ ଅପରାହ୍ନ ୪ଘଟିକା ସମୟରେ ଉଦଘାଟନ କରିବେ । ଟ୍ରେନଟି ୨୩ ତାରିଖରୁ ପ୍ରତିଦିନ ସକାଳ ୬ଟା ୩୦ ମିନିଟରେ ଛାଡିବ ଓ ୨୪ ତାରିଖରୁ ସକାଳ ୮ଟା ୧୦ ସମୟରେ କୋରାପୁଟରୁ ବାହାରିବ ବୋଲି ରେଳ ବିଭାଗ ତରଫରୁ ସୂଚନା ମିଳିଛି ।

ଏଥି ସହ କେନ୍ଦ୍ର ମନ୍ତ୍ରୀ ଜୟପୁର ମାଲକାନାଗିରି ମଧ୍ୟରେ ପ୍ରସ୍ତାବିତ ନୂତନ ରେଳପଥ ନିର୍ମାଣ ସମ୍ପର୍କରେ ନିରୀକ୍ଷଣ କରିବା ସହ ମାଲକାନଗିରି ମୁଖ୍ୟ ପରିସରରେ ନିର୍ମାଣ ହୋଇଥିବା ନୂତନ କୋଠା ଓ ଅଂଳା ଉପ ଡାକଘରକୁ ଲୋକାର୍ପିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ରେଳମନ୍ତ୍ରୀ ମାଲକାନଗିରି ଡିଆରଡିଏ ସମ୍ମିଳନୀ କକ୍ଷରେ ସାଂସଦ, ଜନପ୍ରତିନିଧି, ବିଧାୟକ, ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିବେ ।