ଜଙ୍ଗଲରୁ ଅଜଣା ମୃତଦେହ ଠାବ

ଉଦଳା(ଦୀପକ ମିଶ୍ର) : ଜଙ୍ଗଲରୁ ଅଜଣା ମୃତଦେହ ଠାବ । ଉଦଳା ଥାନା ମଧୁପୁର ଜଙ୍ଗଲରୁ ଜଣେ ଅଜଣା ଯୁବତୀଙ୍କ ମୃତଦେହ ଠାବ ହୋଇଛି ।ଜଙ୍ଗଲ ଭିତରେ ଏକ ଛୋଟ ଲତା ଗଛରେ ଯୁବତୀ ଜଣକ ବେକରେ ଓଡଣୀ ଲଗାଇ ଝୁଲନ୍ତା ଅବସ୍ଥାରେ ରହିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ଏନେଇ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଅରମ୍ଭ କରିଛି । ତେବେ ଯୁବତୀ ଜଣକର ପରିଚୟ ମିଳିପାରିନଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଯୁବତୀ ଜଣକର ମୃତଦେହ ଏପରି ଅବସ୍ଥାରେ ଝୁଲିଛି ଯେ ସେ ମାଟିରେ ବସି ରହି ବେକରେ ଓଢଣୀ ଲଗାଇଥିବା ଦେଖାଦେଇଛି । ଯାହାକୁ ନେଇ ହତ୍ୟା ସନ୍ଦେହ କରାଯାଉଛି । ତେବେ ପୋଲିସ ତଦନ୍ତ ପରେ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହେବ ବୋଲି ଜଣାପଡିଛି ।