ସଂଗୀତ ମହୋତ୍ସବରେ ଅଘଟଣ ; ଆଠ ମୃତ୍ୟୁ

ୱାଶିଂଟନ : ଆମେରିକାରେ ସଂଗୀତ ମହୋତ୍ସବରେ ଏକ ବଡ ଧରଣର ଅଘଟଣ ଘଟିଛି । ଏଥିରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହାତ ହୋଇଛନ୍ତି । ଆମେରିକାର ଅଧିକାରୀ କହିଛନ୍ତି ଯେ ଘଟଣାର ପ୍ରକୃତ କାରଣ ଏପର୍ୟ୍ୟନ୍ତ ଜଣା ପଡିନାହିଁ। ତେବେ ଘଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି ।

ସୂଚନା ଅନୁଯାୟୀ, ଅନିୟନ୍ତ୍ରିତ ଭିଡ଼ ଯୋଗୁଁ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ ସଂଗୀତ ମହୋତ୍ସବ ହେତୁ ଲୋକମାନେ ମଞ୍ଚ ନିକଟକୁ ଯିବାକୁ ଅନିୟନ୍ତ୍ରିତ ଥିଲେ। ଏହି ସମୟରେ ଅସମ୍ଭାଳ ଭିଡ କାରଣରୁ ଲୋକେ ପରସ୍ପର ମଧ୍ୟରେ ଦଳାଚକଟା ହୋଇଗଲେ ଫଳରେ ଏଥିରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାରେ ପ୍ରାୟ ୩୦୦ ଲୋକ ଆହତ ହୋଇଛନ୍ତି , ଯେଉଁଥିରେ ୧୭ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିରେ ୧୧ ଜଣଙ୍କ ଅବସ୍ଥା ଗୁରୁତର ରହିଛି।