ପାରାଦୀପ: ମହାନଦୀରୁ ଉଦ୍ଧାର ହେଲେ ଜୀବିତ ମହିଳା ।ପରିବାରିକ କଳହକୁ ସହି ନପାରି ଆତ୍ମହତ୍ୟାର ଉଦ୍ୟମ କରିଛନ୍ତି ମହିଳା । ମହାନଦୀକୁ ଲମ୍ଫମାରି ଜିବନ ଦେବାକୁ ପ୍ରୟାଶ କରୁଥିଲେ । ଜଗତସିଂହପୁର ଜିଲ୍ଲା ଭୁତୁମୁଣ୍ଡାଇ ପୋଲରୁ ଡେଇଁ ପଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ ମହିଳା । ପ୍ରଖର ନଦୀର ଶ୍ରୋତରେ ଭାସି ଯାଇ ପ୍ରାୟ ୫ କିଲେମିଟର ଦୂରର ନେହେରୁ ବଙ୍ଗଳା ମହାନଦୀ ଯାଏଁ ଭାସିଯାଇଥଲେ । ସେଠାରୁ ତାଂକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ମହିଳା ଜଣକ ଭୁତୁମୁଣ୍ଡାଇ ଅଞ୍ଚଳର ହୋଇଥିବା ଜଣାପଡିଛି ।